csstore

ମୁରିବାହାଲରେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାଙ୍କ ସମେତ ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠିତ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଯାଇଛି । ରବିବାର ବିଭିନ୍ନ ସ୍ଥାନରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଅପରାହ୍ନରେ ମୁରିବାହାଲ ବ୍ଲକ ସଦରମହକୁମାରେ ଏହା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କୁ ରଥାରୁଢ଼ କରାଯାଇ ୟୁପି ସ୍କୁଲ ପଟରୁ ଗୋପବନ୍ଧୁ କ୍ଲବ ହୋଇଥିବା ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ରଥଟଣା ଯାଇଥିଲା । ଛୋଟ ଛୋଟ ଛୁଆମାନଙ୍କୁ ରଥ ଛୁଆଁଇବା ପାଇଁ ଦମ୍ପର୍ତ୍ତିଙ୍କ ଅସମ୍ଭବ ଭିଡ ହୋଇଥିଲା । ଗ୍ରାମର ଗୌନ୍ତ୍ୟାଙ୍କ ଅନୁପସ୍ଥିତିରେ ଗ୍ରାମର ଭୀମସେନ ପଧାନ ଛେରା ପହଁରା କରିଥିଲେ । ମୁଖ୍ୟ ପୂଜକ ରୂପେ ବୈଦ୍ୟନାଥ ଯୋଶୀ, ଜଗନ୍ନାଥ ଯୋଶୀ, ରଘୁନାଥ ଯୋଶୀଙ୍କ ସହ କୁଞ୍ଜବିହାରୀ ଯୋଶୀ, ବନବିହାରୀ ଯୋଶୀ, ଦିଲ୍ଲୀପ ଦାସ, ବିନୋଦ ଯୋଶୀ, ବିଶ୍ୱବିହାରୀ ଯୋଶୀଙ୍କ ସହ ସମସ୍ତ ଯୋଶୀ ପରିବାର ପୂଜା ଦାୟିତ୍ଵ ନିର୍ବାହ କରିଥିଲେ । ଆୟୋଜକ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ଜିତେନ୍ଦ୍ରିୟ ଭୋଇ, ସମ୍ପାଦକ ଶାନ୍ତାରାମ ପଧାନ, କୋଷାଧ୍ୟକ୍ଷ ବସନ୍ତ ଭୋଇ, ପବିତ୍ର ଶାଣ୍ଡ, ଘାସିରାମ ସେଠ, ମକୁନ୍ଦ ପଧାନ, ନରେନ୍ଦ୍ର ପଶାୟତ, ହୃଷୀକେଶ ମାହାର, ଅଜିତ ତରିଆ, ହୃଷୀକେଶ ସାଙ୍କ ସହ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଗୋଟିଏ ଦିନ ପରେ ଅନୁଷ୍ଠିତ ହେଉଥିବାରୁ ଏହି ରଥଯାତ୍ରାକୁ ଦେଖିବା ପାଇଁ ତଥା ବିଭିନ୍ନ ଜିନିଷ କିଣାବିକା ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ମୁରିବାହାଲ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

jayashree
Leave A Reply

Your email address will not be published.