csstore

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିକ୍ଷା ବିକାଶ ସମିତି ବିଦ୍ୱତ୍ ପରିଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ବନପାଳ ସରୋଜ ସାହୁ ଓ ଦିବାକର ପ୍ରଧାନ, ସମାଜସେବୀ ନିରୋଜ ଦୋରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି ପୃଥିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଦେଶ ପାଇଁ ଗଛଟିଏ ର ନାରା ନେଇ ବନବିଭାଗର ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ, ପୂର୍ବତନ ଛାତ୍ର ସଂସଦରୁ ପ୍ରୀତେଶ ବହିଦାର, ଶୁଭମ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ମେହେର, ନରେଶ ସୁନ୍ଦର ସାହୁ, ପ୍ରତ୍ୟୁଷ ଦାସ, ସତ୍ୟସାଇ ସେବା ସଂଗଠନ ପଦ୍ମପୁରରୁ କମଳାକାନ୍ତ ପାଣିଗ୍ରାହୀ, ପବିତ୍ର ମୋହନ ରଥ, ଘାସିରାମ ସାହୁ, ବିଜୟଲକ୍ଷ୍ମୀ ଦୋରା, ଭଗବାନ ସାହୁ, ସବିତା ପ୍ରଧାନ, ବିଦ୍ୟା ମନ୍ଦିର ପ୍ରମୁଖ ଦେବରାଜ ଡନସନା, କଲ୍ୟାଣୀ ମିଶ୍ର, ମମତା ଗଡତିଆଙ୍କ ସମେତ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ବୃନ୍ଦ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଥିଲେ ।

jayashree
Leave A Reply

Your email address will not be published.