jsm

ସର୍ଗିବାହାଲ ଛକରେ ଧାନ କିଣାରେ ଅବ୍ୟବସ୍ଥା ନେଇ ରାସ୍ତାରୋକ କରିଛି ବିଜେପି

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜେପି ପକ୍ଷରୁ ବରଗଡ଼ ପଦ୍ମପୁର ରାସ୍ତା ସର୍ଗିବାହାଲ ଛକରେ ମଧ୍ୟ ରାସ୍ତା ରୋକ କରାଯାଇଛି, ଏହି ରାସ୍ତାରୋକ ୧୦ ଟାରୁ ୧ ଯାଏଁ ହେବ । ଚାଷ ଓ ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଖରା ବର୍ଷା ଶୀତ ସବୁକୁ ସହି ବହୁ କଷ୍ଟରେ ଚାଷୀ ଧାନ ଚାଷ କରୁଛି । ଧାନ ଅମଲ କରି ସରକାରୀ ମୂଲ୍ୟରେ ବିକ୍ରି କରିବା ପାଇଁ ଚାଷୀ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ନେଉଛି । ହେଲେ ସେଠାରେ ମଧ୍ୟ ଚାଷୀ ଧାନ ବିକ୍ରି ସମୟରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛି । କେତେବେଳେ ଟୋକନ ସମସ୍ୟା ତ କେତେବେଳେ ଟାର୍ଗେଟ ସମସ୍ୟା ତ ଆଉ କେତେବେଳେ ମ‌ଣ୍ଡି ଦାୟିତ୍ବରେ ଥିବା କର୍ମଚାରୀ ଓ ମିଲର୍ସର ଶୋଷଣର ଶିକାର ହେଉଛି ଚାଷୀ । ଚାଷୀ ପାଖରେ ବୈଧତା ଟୋକନ ଥିବା ସମୟରେ ସରକାର ପର୍ୟ୍ୟାପ୍ତ ପରିମାଣର ଟାର୍ଗେଟ ଯୋଗାଇ ପାରିଲେ ନାହିଁ । ଦୀର୍ଘ ମାସ ଧରି ଚାଷୀ ଧାନ ବିକ୍ରି କରିବା ପାଇଁ ଚେଷ୍ଟାକଲେ ମଧ୍ୟ ଚାଷୀଙ୍କ ଧାନ ବିକ୍ରି ହେଲା ନାହିଁ ଓ ଟୋକନ ବୈଧତା ମଧ୍ୟ ସମାପ୍ତ ହୋଇଗଲା ।

ଏବେ ଟାର୍ଗେଟ ଅଛି କିନ୍ତୁ ବୈଧତା ଟୋକନ ନଥିବା କାରଣରୁ ଚାଷୀର ଧାନ ବିକ୍ରି ନ ହୋଇ ପଡିରହିଛି । ଖୋଲା ଆକାଶ ତଲେ ପଡିରହିଥିବା ଧାନ ଦିନର ଟାଣ ଖରା ଓ ରାତିର ଶୀତ କାରଣରେ ବସ୍ତା ଗୁଡିକ ଫାଟି ନଷ୍ଟ ହୋଇଗଲାଣି ଫଲରେ ଧାନ ଗୁଡିକ ତଳେ ପଡି ନଷ୍ଠ ହେଉଛି ଯାହର କ୍ଷତି ଚାଷୀଙ୍କୁ ସହିବାକୁ ପଡ଼ୁଛି । ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଚାଷୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାର ସନ୍ତୋଷ ମୂଳକ ଉତ୍ତର ପାଇପାରୁ ନାହାଁନ୍ତି । ଏହି ରାସ୍ତାରୋକ ଆନ୍ଦୋଳନରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ସର୍ଗିବାହାଲ ମଣ୍ତଳ ସଭାପତି ନିରାକାର ବରିହା, ଭରତ ମେହେର, ଲୋଚନ ବରିହା, ରାହାସ ବିହାରୀ ସାହୁ, ଗହଳ ମହାନନ୍ଦ, ସୁନୀଲ ଭୋଇ, ଦିବ୍ୟ କିଶୋର ପ୍ରଧାନ, ସଂକୀର୍ତ୍ତନ ପ୍ରଧାନ, ଦେବେନ୍ଦ୍ର ସାହୁ, ସତ୍ୟବାନ ପ୍ରଧାନ, ସନ୍ତୋଷ ମେହେର, ଶ୍ରୀକାନ୍ତ ମିଶ୍ର, କୈଲାସ ଦିଶ୍ରୀ, କୁମରମଣି ନାଏକ, ଶ୍ରୀକାନ୍ତ ପାଣିଗ୍ରାହୀ, ସରୋଜ ପାଣିଗ୍ରାହୀ, ସୌକିଲାଲ ସାହା, ପ୍ରିତେଶ ବହିଦାର, ଚିନ୍ମୟ ପଣ୍ଡା, ଗୋବର୍ଦ୍ଧନ ଭୋଇ, ନିରୋଜ ସିହ୍ନା, ନାରାୟଣ ପୁରୋହିତ, ଲଳିତ କୁମାର ସାହୁ, ରାକେଶ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.