ରାଢୁଅ ବସଷ୍ଟାଣ୍ଡ ଛକଠାରୁ ଶିଶୁଆପଡା ଛକ ପର୍ଯ୍ୟ‌ନ୍ତ ରାସ୍ତା ପାଲଟିଛି ମରଣଯନ୍ତା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗରୁ କଣାସ ରାସ୍ତାର ରାଢୁଅ ଗ୍ରାମ୍ୟ ଛକଠାରୁ ଶିଶୁଆପଡା କେନାଲ ବନ୍ଧକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଟି ଏବେ ପାଲଟିଛି ମରଣଯନ୍ତା । ଏହି ରାସ୍ତା ଅଧିନରେ ରାଢୁଅ, ବାଲିହୁଙ୍କା, ଶିଶୁଆପଡା, ନୁଆହା, ଘୋରଡିଆ, ତିଗିରିଆ, ଯୋରକଣୀ କୁଆପଦା ଓ ଗଡବେଗୁନିଆପଡା ଆଦି ଗ୍ରାମର ଜନସାଧାରଣ ପ୍ରତେକ ଦିନ ଚଳପ୍ରଚଳ କରିବା ପାଇଁ ନିର୍ଭର କରୁଥିବା ବେଳେ ଏହି ରାସ୍ତାଟି ଏବେ ଅତ୍ୟନ୍ତ ଶୋଚନୀୟ ପଡିଛି । ଏହି ରାସ୍ତା ଦେଇ ରୋଗୀ, ଶ୍ରମିକ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଯିବା ବାଟରେ ବିଭିନ୍ନ ସମୟରେ ଦୃର୍ଘଟଣାର ଶିକାର ହେଉଛନ୍ତି । ସୁଚନା ଯୋଗ୍ୟ ଯେ, ଗତ ବର୍ଷ ବନ୍ୟା ପାଣିରେ ଏହି ରାସ୍ତାଟି ସମ୍ପୁର୍ଣ୍ଣ ଧୋଇ ଯାଇ କ୍ଷତିଗ୍ରସ୍ତ ହୋଇଥିଲା । ରାସ୍ତା ମରାମତି ନେଇ ବିଭାଗୀୟ କର୍ତୁପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ କୈାଣସି ସୁଫଳ ମିଳୁନାହିଁ । ଆଗାମୀ ଉପନିର୍ବାଚନ ପୁର୍ବରୁ ଏହି ରାସ୍ତା ନିର୍ମାଣ କାର୍ୟ୍ୟ ସମ୍ପୁର୍ଣ୍ଣ ନହେଲେ ଆଖପାଖ ଚାରିଖଣ୍ଡ ଗ୍ରାମର ଜନସାଧରଣ ଭୋଟ ବର୍ଜନ ଭଳି ଚରମ ନିଷ୍ପତି ନେବେ ବୋଲି ଅସମର୍ଥିତ ସୁତ୍ରରୁ ଶୁଣିବାକୁ ମିଳୁଛି । ଅନ୍ୟପଟେ ସ୍ଥାନୀୟ ସରପଂଚଙ୍କ ପ୍ରତିନିଧି ସଞ୍ଜୟ କୁମାର ଜେନା କହୁନ୍ତି ବନ୍ୟା ପାଣିରେ ଏହି ରାସ୍ତା ବୁଡି ଯାଇଥିବାରୁ ରାସ୍ତାରେ ବିରାଟ ଖାଲଖମା ସୃଷ୍ଟି ହୋଇଛି । ଯାହା ଫଳରେ ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଯାତାୟତ କରିବାରେ ବାଧା ସୃଷ୍ଟି ହେଉଛି । ରାସ୍ତାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଯଥା ଶିଘ୍ର ନିର୍ମାଣ କରିବା ପାଇଁ ଅଂଚଳବାସୀ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.