ଅନ୍ଧାରରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ମୟୂରଭଞ୍ଜ : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଯୋଗ ଦେଇଥିବା ବେଳେ ତାଙ୍କ ଅଭିଭାଷଣ ରଖିବା ସମୟରେ ବିଜୁଳି କଟିବା ଯୋଗୁଁ ପ୍ରାୟ ୯ ମିନିଟ୍‌ ଅନ୍ଧାର ହୋଇଯାଇଥିଲା । ବିଜୁଳି ଚାଲିଯିବା ଯୋଗୁଁ ହଲ୍‌ରେ ଉପସ୍ଥିତ କେହି ମଧ୍ୟ ଦେଖାଯାଉନଥିଲେ । ଏହି ଘଟଣାକୁ ନେଇ ରାଜ୍ୟ ପାଇଁ ଉକ୍ତ ଦିନଟି ଲଜ୍ଜାର ଦିନ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ତେବେ ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣାରେ ବିଶ୍ୱବିଦ୍ୟାଳୟର ଜଣେ ବିଦ୍ୟୁତ୍‌ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାପଡିଛି । ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ ହେବା ସହ କମିଟି ରିପୋର୍ଟ ଦାଖଲ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.

three × 3 =