csstore

ରାସ୍ତା ଅବସ୍ଥା ଅତି ଶୋଚନୀୟ : ପ୍ରଶାସନର ଦୃଷ୍ଟି ପଡୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ପଦ୍ମପୁର ବ୍ଲକ ଖଣ୍ଡସିବାଞ୍ଜିରୁ ବରିକେଲ ରାସ୍ତା ଶୋଚନୀୟ ହୋଇପଡ଼ିଛି । ବାରମ୍ବାର ପ୍ରଶାସନକୁ ରାସ୍ତା ନିର୍ମାଣ ପାଇଁ ଦାବୀ କଲା ପରେ ମଧ୍ୟ କିଛି ସୁଫଳ ମିଳିନଥିବା ଅଭିଯୋଗ ହେଉଛି । ୨୦୧୬ ମସିହାରୁ ଏହି ରାସ୍ତାକୁ ପକ୍କାରାସ୍ତା ତିଆରି ପାଇଁ ଦାବୀ ହୋଇ ଆସୁଛି । ପ୍ରତିଦିନ ଏହି ରାସ୍ତା ଦେଇ ଶତାଧିକ ଛାତ୍ର ଛାତ୍ରୀ ଯିବା ଆସିବା କରନ୍ତି, କିନ୍ତୁ ପରିତାପର ବିଷୟ ଏହା ଯେ ସ୍ଥାନୀୟ ବିଧାୟକ ନିର୍ବାଚନ ଜିତିବାର ବର୍ଷେ ଭିତରେ ଗାଁକୁ ପକ୍କା ରାସ୍ତା ତିଆରି ହେବ ବୋଲି ପ୍ରତିଶୃତି ଦେଇଥିଲେ ଏବେ ନିରବ ଦ୍ରଷ୍ଟା ସାଜିଛନ୍ତି ଏବଂ ଗ୍ରାମବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇଛନ୍ତି ବୋଲି ଆମ୍‌ ଆଦ୍‌ମୀ ରାଜ୍ୟ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା ମନ୍ତବ୍ୟ ଦେଇଛନ୍ତି । ଟ୍ବିଟ୍‌ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖଣ୍ଡସିବାଞ୍ଜି ଗ୍ରାମକୁ ପକ୍କା ରାସ୍ତା ତିଆରି ପାଇଁ ପୌଲସ୍ତ୍ୟ ସାହା ସରକାରଙ୍କ ଠାରେ ଦାବୀ ରଖିଛନ୍ତି । ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଭୟାବୟ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହା ମନ୍ତବ୍ୟ ଦେଇଛନ୍ତି । ପୂର୍ବରୁ ଆପ୍‌ ଓଡ଼ିଶା ଏଥି ପାଇଁ ଟ୍ବିଟ୍‌ କରି ଦାବୀ କରିଥିଲା ଏବଂ ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହୋଇଛି ଆପ୍‌ ଲୋକମାନଙ୍କ ପାଇଁ ଲଢ଼ିବ ବୋଲି ଶ୍ରୀ ସାହା ମତବ୍ୟକ୍ତ କରିଛନ୍ତି ।

jayashree
Leave A Reply

Your email address will not be published.