csstore

ରାମଚଣ୍ଡୀ ମନ୍ଦିରରେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନୃସିଂହନାଥ ନିକଟରେ ଥିବା ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ରବିବାର ବୃକ୍ଷ ରୋପଣ ସହ ସଫେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କୁଲତା ସମାଜ ଯୁବ ସଂଗଠନ ଆନୁକୁଲ୍ୟରେ ଏକ ସଭା କର୍ମୁ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସୋନପୁର, ବରଗଡ, ବରପାଲି, ଅତାବିରା, ସୋହେଲା, ଝାରବନ୍ଧ, ଗାଇସିଲେଟ, ପଦ୍ମପୁର, ପାଇକମାଲ ଆଦି ବିଭିନ୍ନ ପ୍ରାନ୍ତରୁ କୁଲତା ସମାଜର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଅଶୋକ ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅତିଥି ଭାବରେ ସତ୍ୟ ନାରାୟଣ ବାରିକ, ପୁରୁଷୋତ୍ତମ ପ୍ରଧାନ, ବିରବର ସାହୁ, ଶୁଭେନ୍ଦୁ ସାହୁ, ଶ୍ୟାମଲାଲ ପ୍ରଧାନ, ହାଡୁ ସାହୁ ପ୍ରମୁଖ ଯୋଗ ଦେଇ ରାମଚଣ୍ତି ମନ୍ଦିର କିପରି ଉନ୍ନତି କରାଯାଇ ପାରିବ ସେ ନେଇ ନିଜସ୍ୱ ମତବ୍ୟକ୍ତ କରିଥିଲେ । ଯୋଗେନ୍ଦ୍ର ଭୋଇ ଧନ୍ୟବାଦ ଦେଇଥିଲେ । ଏହାପରେ ମନ୍ଦିର ପରିସରରେ ବୃକ୍ଷ ରୋପଣ ଓ ସଫେଇ କରାଯାଇଥିଲା ।

jayashree
Leave A Reply

Your email address will not be published.