csstore

ନୂତନ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଭୂମିପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଝିଟିକି ପଞ୍ଚାୟତ ଝିଟିକି ଗ୍ରାମ ଜାମୁମୁଡା ପଡାରେ ନୂତନ ଅଙ୍ଗନବାଡ଼ି ଗୃହ ନିର୍ମାଣ ସକାଶେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଭୂମିପୂଜନ କରିବା ସହିତ ନଡିଆ ଭାଙ୍ଗି ଶୁଭସ୍ତମ୍ଭ ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ଗୌନ୍ତିଆ ଭୁବନେଶ୍ୱର ପ୍ରଧାନ, ମାଣ୍ଡୋସିଲ ମଣ୍ତଳ ସଭାପତି ସଂଜୟ ବେହେରା, ଲାଳଚନ ଧରୁଆ, ପୁନିତରାମ ବାଗ, ଜୟ ଧରୁଆ, ଇନ୍ଦ୍ର ଧରୁଆ, ଲକ୍ଷ୍ମଣ ଧରୁଆ, ରାଏଧର ଧରୁଆ, ବୈକୁଣ୍ଠ ବାଗ, ନିଲାରାମ ବାଗ, ପବିତ୍ର ପ୍ରଧାନ, ପରମେଶ୍ୱର ପୂଜାରୀ, ଭିକାରୀ ପ୍ରଧାନ, ଗୌରାଙ୍ଗ ଓଁକାର ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.