
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧୫/୧୬ ନିକଟରେ ଥିବା ଇସ୍ପାତ ସ୍ୱୟଂ ଶାସିତ କଲେଜକୁ ଯାଇଥିବା ରାସ୍ତାର ଅବସ୍ଥା ଏପରି ଶୋଚନୀୟ ହୋଉପଡିଥିଲା କି ଯେ, ଏହି ରାସ୍ତାରେ ଯିବାପାଇଁ କଲେଜ ଛାତ୍ରଛାତ୍ରୀମାନେ ଭୟ କରୁଥିଲେ । ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ସର୍ବଦା ଭୟ ରହୁଥିଲା । ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଏବଂ କଲେଜ କର୍ତ୍ତୃପକ୍ଷ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଘଟଣାର ଗମ୍ଭୀରତାକୁ ହୃଦବୋଧ କରି ବିଧାୟକ ଦୁର୍ଗା ଚରଣ ତନ୍ତୀ ରାଉରକେଲା ଇସ୍ପାତ କାରଖାନା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ତୁରନ୍ତ ରାସ୍ତାର ପୁନଃନିର୍ମାଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଆଜି ଶୋଚନୀୟ ହୋଇପଡିଥିବା ଉକ୍ତ ରାସ୍ତାର ପୁନଃନିର୍ମାଣ ହୋଇଛି ।