
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀବିହାର ଠାରେ ପବିତ୍ର ପୁରୁଷୋତ୍ତମ ମାସ ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ ସମାପନ ହୋଇଯାଇଛି । ଏଥିରେ ସଦାଇପାଲି ମାହେଶ୍ୱରୀ ରାମଜୀ ପାର୍ଟି ତଥା ରାଧେ ରାଧେ ମହିଳା ସଂକୀର୍ତ୍ତନ ମଣ୍ଡଳୀ ରବିବାର ନାମାରମ୍ଭ କରିଥିବା ବେଳେ ବୀରମହାରାଜପୁର, କଅଗାଁ, ଆଡେନଡୁଙ୍ଗୁରୀ, ମିର୍ଦ୍ଧାପାଲି, ଖପ୍ରାଖୋଲ କାଦୋପାଣି, ଗେର୍ଡି, କଳାସର, ଝାରବଲାଙ୍ଗିର, ଲର୍କିପାଲି ଜାମପଡା, ବରକାନୀ, ବ୍ରହ୍ମଣୀଡୁଙ୍ଗୁରୀ ଓ ବୌଦ୍ଧ ଜିଲ୍ଲାର ଘଣ୍ଟାପଡା ସଂକୀତ୍ତନ ମଣ୍ଡଳୀ ସବୁ ଯୋଗଦାନ କରି ସୋମବାର ଦିନ ନାମଯଜ୍ଞ ସମାପନ କରିଥିଲେ । ମହାବୀର ବେଦବାକ ଆଚାର୍ଯ୍ୟଥିବାବେଳେ ଯଜ୍ଞ କର୍ତ୍ତା ଭାବରେ ନାରାୟଣ ମିଶ୍ର ଓ ତାଙ୍କ ସହ ଧର୍ମିଣୀ ତୃପ୍ତିମୟୀ ମିଶ୍ର କାର୍ଯ୍ୟ ତୁଲାଇଥିଲେ । ନାମଯଜ୍ଞ ସହିତ ଅନ୍ନଛତ୍ରର ବ୍ୟବସ୍ଥା ହୋଇଥିଲା । ଏଥିରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଅନ୍ନ ପ୍ରସାଦ ସେବନ କରିଥିଲେ । ଏଥିରେ ଡ. ଶ୍ରୀକର ମିଶ୍ର, ସୁଲୋଚନା ମିଶ୍ର, ଡା. ପ୍ରମୋଦ କୁମାର ମିଶ୍ର, ଶମ୍ଭୁପ୍ରସାଦ ନାଏକ, ରାଜେନ୍ଦ୍ର ମିଶ୍ର, ବୃନ୍ଦବତୀ ପୁଟେଲ, ସୁନାଧର ନାଏକ ଆଦି ପୂର୍ଣ୍ଣ ସହଯୋଗ କରିଥିଲେ । ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ତରଫରୁ ଜିଲ୍ଲା ସଂଯୋଜକ ଭରତ ସାହୁ, ବଲାଙ୍ଗିର ବ୍ଲକ ସଭାପତି ରମେଶ ନାଏକ, ପୁଇଁନ୍ତଳା ବ୍ଲକ ସଭାପତି ଗୌରାଙ୍ଗ ମିଶ୍ର, ଲୋଇସିଂହା ବ୍ଲକ ସଭାପତି ଚୈତନ୍ୟ ପଧାନ, ଆଗଲପୁର ବ୍ଲକ ସଭାପତି ଗୌର ପଟେଲ, ଖପ୍ରାଖୋଲ ବ୍ଲକ ସଭାପତି ସୁବାଶ ବଗର୍ତ୍ତି ଓ ଦେଓଗାଁ ବ୍ଲକ ସଭାପତି ଅବନୀ ପଧାନ ଆଦିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନାମଯଜ୍ଞ ପରିଚାଳନା ହୋଇଥିଲା ।