jayashree

ଭିଜିଲାନ୍ସ ହାତରେ ଜଳ ଛାୟା ପ୍ରକଳ୍ପ ମନରେଗା ସହାୟିକା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜଳ ଛାୟା ପ୍ରକଳ୍ପ ବିଭାଗର ମନରେଗା ସହାୟିକା ପ୍ରିୟଙ୍କା ଜେନା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନାନୁଯାୟୀ ପ୍ରିୟଙ୍କା ଜଣେ ହିତାଧିକାରୀଙ୍କ ଠାରୁ ତାଙ୍କ ଫାର୍ମ ପଣ୍ଡ୍‌ର ବିଲ କରିବା ପାଇଁ ୩୫ ହଜାର ଟଙ୍କା ଦାବୀ କରିଥିଲେ । ଏ ସମ୍ପର୍କରେ ହିତାଧିକାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ଅପରାହ୍ନରେ ଭବାନୀପାଟଣା ଇରିଗେସନ କଲୋନୀ ଛକରେ ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ପ୍ରିୟଙ୍କାଙ୍କୁ ମାଡ଼ିବସିଥିଲା । ସେଠାରୁ ୩୫ ହଜାର ଟଙ୍କା ମଧ୍ୟ ଜବତ କରିଥିଲା । ଅଭିଯୁକ୍ତ ପ୍ରିୟଙ୍କାଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି । ସେଭଳି ପ୍ରିୟଙ୍କାଙ୍କ ଭବାନୀପାଟଣା ସ୍ଥିତ ବାସ ଭବନ ଏବଂ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି ।

Leave A Reply

Your email address will not be published.