jayashree

ପାଇକମାଲ ହାଇସ୍କୁଲରେ ଦଶମ ପାସ ପିଲାଙ୍କ ପାଇଁ କ୍ୟାରିଅର କାଉନସେଲିଂ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ପାସ ପିଲାଙ୍କ ପାଇଁ କ୍ୟାରିଅର କାଉନସେଲିଂ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ବିଇଓ ଶୁଭମ୍ କୁମାର ପତି, ଏବିଇଓ ରାଧେଶ୍ୟାମ ମେହେର, ସାମ୍ବାଦିକ ବଡ଼ ଶତପଥୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତା ଆଣିବା ପାଇଁ ପତି ସାର୍ କ୍ୟାରିଅର କାଉନସେଲିଂ ବିଷୟରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରଥମେ ମୁଖ୍ୟଅତିଥି ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଛବିଳ ସେଠ୍ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରଗଡ଼ ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ବିଜେପୁର ବରଗଡ଼ ତିନି ଜଣ ଆର୍.ପି. ଦୁଃଖନାଶନ ଓରାମ, ଅବିନାଶ ପଧାନ, ଆୟୁଷ ପ୍ରଧାନ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ବିଶେଷ ସୁବିଧା ବିଷୟରେ ଜାଣିବା ପାଇଁ ଦୀର୍ଘ ସମୟ ଆଲୋଚନା କରିଥିଲେ ଯଥା ମାଗଣା ୟୁନିଫର୍ମ ଓ ଯୋତା, ଅନୁସୂଚିତ ଜାତି ଜନଜାତି ଉପଜାତି ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଷ୍ଟାଇପେଣ୍ଡର ବ୍ୟବସ୍ଥା, ସୁରକ୍ଷା ଯୋଜନା ମାଧ୍ୟମରେ ସମସ୍ତ ତଥା ସବୁ ବର୍ଗର ଛାତ୍ରୀମାନଙ୍କ ପାଇଁ ଷ୍ଟାଇପେଣ୍ଡର ବ୍ୟବସ୍ଥା, ଆଇ.ଟି. କ୍ଲାସ ସ୍ମାର୍ଟ କ୍ଲାସ କମ୍ୟୁନିକେସନ କ୍ଲାସର ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ୱାଇଫାଇର ବ୍ୟବସ୍ଥା, ଇ ଲାଇବ୍ରେରୀର ବ୍ୟବସ୍ଥା, ଟାଟା ଷ୍ଟ୍ରାଇବ ଦ୍ୱାରା ଶିକ୍ଷାର ସ୍ୱତନ୍ତ୍ର ବ୍ୟବସ୍ଥା, ମେଧାବୃତ୍ତିର ବ୍ୟବସ୍ଥା, ଆପ୍ରେଣ୍ଟୀସିପ୍‌ର ବ୍ୟବସ୍ଥା, ଉନ୍ନତ ମାନର ତାଲିମ ପ୍ରଶିକ୍ଷଣ, ଉନ୍ନତ ମାନର ୱର୍କସପ, କ୍ରୀଡ଼ା ଓ ସଂସ୍କୃତିର ସୁବିଧା, ସୁନ୍ଦର ପ୍ରାକୃତିକ ପରିବେଶ ଓ ଉଜ୍ୱଳ ଆଲୋକର ବ୍ୟବସ୍ଥା, ଶୀତଳ ପାନୀୟ ଜଳର ବ୍ୟବସ୍ଥା, ପ୍ରଶିକ୍ଷଣ ପରେ କ୍ୟାଂପସ ସିଲେକ୍ସନର ବ୍ୟବସ୍ଥା, କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଚାକିରୀ ପାଇଁ ଅତିରିକ୍ତ ୩୦ ମାର୍କ ପାଇ ପାରିବେ, ପ୍ରଶିକ୍ଷଣ ସାରିବା ପରେ ଏନ୍‌ଆଇଓଏସ୍‌ ତରଫରୁ +୨(Sr. Secondary) ସାର୍ଟିଫିକେଟ ପାଇପାରିବେ ଏହି ସବୁ ବିଷୟ ଆଲୋଚନା କରିଥିଲେ ଓ ଏଥି ମଧ୍ୟରେ ୪୦ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ପରିଶେଷରେ ସ୍କୁଲ୍‌ର ବବିତା ବେହେରା, ସୁଦାମ ପାଣ୍ଡେ, ଯଶୋବନ୍ତ ସାହା, ଲଳିତ କୁମାର ବିଶ୍ୱାଳ, ରଜତ କୁମାର ସାହୁ, ନିରୁପମା ସାହୁ, ଦୟାନିଧି ସାହୁ, ଶିବମ ନାୟକ ସହଯୋଗ କରିଥିଲେ ଏବଂ ରାଧେଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.