jayashree

ବଲାଙ୍ଗିର ସିଏସ୍‌ଓ ଅଫିସ୍‌କୁ ଧସେଇ ପଶିଲେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ମଣ୍ଡି ଓ ନଅଗାଁ (ଖ) ମଣ୍ଡିରେ ଧାନକିଣା ଅଚଳାବସ୍ଥା ଏବଂ ମିଲର୍ସଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବହୁ ଚାଷୀ ସୋମବାର ସିଏସ୍‌ଓ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମିଳିତ କୃଷକ ମଞ୍ଚ ପକ୍ଷରୁ ଚାଷୀନେତା ଆକାଶ ମିଶ୍ର, ଚଗଲା ପରିଚ୍ଛା ଓ ଅନ୍ୟମାନେ ବଲାଙ୍ଗିର ସିଏସ୍‌ଓ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତ ୨୩ ତାରିଖରୁ ରବି ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆଗଲପୁର ଓ ନଅଗାଁ ମଣ୍ଡିରେ ଜଣେ ବି ଚାଷୀଙ୍କ ଧାନ କିଣା ଆରମ୍ଭ ହୋଇନାହିଁ । ଯେଉଁ ଦୁଇ ମିଲର୍ସଙ୍କୁ ଏଠାରେ ଟ୍ୟାଗ୍‌ କରାଯାଇଛି ତାଙ୍କୁ ଶୀଘ୍ର ବଦଳାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି । ସିଏସ୍‌ଓ ଏ ଦିଗରେ ଶୀଘ୍ର ସୁବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.