jsm

କଳାନିକେତନର ରାଜ୍ୟସ୍ତରୀୟ ଡ୍ରଇଂ ଓ ରଙ୍ଗୋଲି ପ୍ରତିଯୋଗିତା ସମାପ୍ତ

csstore

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (ଓଡ଼ିଆ ବିଭାଗ)ଠାରେ ପଶ୍ଚିମ ଓଡିଶାର ଅଗ୍ରଣୀ ଚିତ୍ରଶିକ୍ଷା ଅନୁଷ୍ଠାନ କଳାନିକେତନ ଦ୍ୱାରା ସପ୍ତମ ରାଜ୍ୟସ୍ତରୀୟ ଡ୍ରଇଂ ଓ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ ସରସ୍ଵତୀଙ୍କୁ ପୂଜାର୍ଚ୍ଚନା ପରେ ପ୍ରଧାନାଚାର୍ଯ୍ୟ(ଓଡ଼ିଆ ବିଭାଗ) ପ୍ରଦୀପ ପ୍ରଧାନ ଓ ଦିଲିପ ସାଥୁଆ(ହିନ୍ଦୀ ବିଭାଗ) ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ସମୁଦାୟ ୯୬୯ ଜଣ ପ୍ରତିଯୋଗୀ ଡ୍ରଇଂ ଓ ରଙ୍ଗୋଲିର ୧୦ଟି ଗୃପରେ ଭାଗ ନେଇଥିଲେ । ପ୍ରତିଯୋଗିତାର ବିଚାରକ ଭାବେ ବଲାଙ୍ଗିର ଜିଲ୍ଲାରୁ ବିଶିଷ୍ଟ ଚିତ୍ରଶିଳ୍ପୀ ଦିଲିପ ସିଂଦେଓ, ସୁରଜ ଅଗ୍ରୱାଲ ଓ ଶ୍ରୀମତୀ ଦୀପ୍ତି ଅଗ୍ରୱାଲ ଯୋଗଦେଇଥିଲେ । ପ୍ରତ୍ୟେକ ଗୃପର ଶ୍ରେଷ୍ଠ ୧୦ ଜଣ ହିସାବରେ ସମୁଦାୟ ୧୦୦ ଜଣ ବିଜେତାଙ୍କୁ ଆସନ୍ତା ୨୨ ତାରିଖରେ ସକାଳ ୧୦ଟା ସମୟରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଙ୍ଘ ପରିସରରେ ପୁରସ୍କୃତ କରାଯିବ । ଏହାସହ ଉକ୍ତ ଦିନ ଜଣେ ସମର୍ପିତ କଳାକାରଙ୍କୁ କଳା ଗୌରବ ସମ୍ମାନ ପ୍ରଦାନ କରାଯିବ । କଳାନିକେତନର ସଭାପତି ସର୍ଦାର ପ୍ରୀତମ ସିଂ, ଉପସଭାପତି ନବକୃଷ୍ଣ ମିଶ୍ର, ସମ୍ପାଦକ ପ୍ରତୁଳ ଚନ୍ଦ୍ର ତ୍ରିପାଠୀ, କୋଷାଧ୍ୟକ୍ଷ କମଲ ଯୋଶୀ, ସଂଯୋଜକ ନୀଳାମ୍ବର ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସଦସ୍ୟ ଶିଶିର ବାରିକ, ସୁଦନ ସେଠ, ଅବିନାଶ ଗୁପ୍ତା, ସ୍କୁଲର ଅଧ୍ୟକ୍ଷ ଅଭିମନ୍ୟୁ ଭୋସଗାର, ଉପାଧ୍ୟକ୍ଷ ରାମକୃଷ୍ଣ ଠାକୁର, ଶିକ୍ଷକ ପ୍ରଭାକର ପାତ୍ର, ଶାଳିନୀ ଗୁପ୍ତା, ସୁନନ୍ଦା ହାତୀ, ସୁଲୋଚନା ମହାପାତ୍ର, ଦୀକ୍ଷା ପ୍ରଧାନ ପରିଚାଳନା କରିଥିବା ବେଳେ ରବିନାରାୟଣ ହୋତା ଓ ସୁନୀଲ ଅଗ୍ରୱାଲଙ୍କ ସହ ବିଭିନ୍ନ ସ୍କୁଲର ଶିକ୍ଷକଗଣ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.