csstore

ରନ୍ଧନ ଗ୍ୟାସ ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ପ୍ରତିବାଦ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଛକଠାରେ ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ମହିଳା ଜନତା ଦଳର ମିଳିତ ଆନୂକୁଲ୍ୟରେ ଦରଦାମ୍‌ ବୃଦ୍ଧିକୁ ନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବିଜୁ ଜନତା ଦଳ ସଦସ୍ୟ/ସଦସ୍ୟାମାନେ ଯୋଗ ଦେଇ କେନ୍ଦ୍ର ସରକାର ଜନ ଶୋଷଣ ନୀତି ଅବଲମ୍ବନ କରିଥିବା ବେଳେ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ଯୋଗୁଁ ଅତ୍ୟଧିକ ଖର୍ଚ୍ଚ ଭାର ବଢୁ ଥିବା କର୍ମୀମାନେ ମତବ୍ୟକ୍ତ କରିଥିଲେ । ଦରଦାମ୍‌ ବୃଦ୍ଧିରେ ପ୍ରତ୍ୟେକ ପରିବାର ପ୍ରଭାବିତ ହୋଇଅଛି । ଏଣୁ ତୁରନ୍ତ ରନ୍ଧନ ଗ୍ୟାସର ଦର ହ୍ରାସ କରିବାକୁ ଅନୁରୋଧ କରିଛନ୍ତି । ଏହି ପ୍ରତିବାଦ ସଭାରେ ମହିଳା ନେତ୍ରୀ ସରସ୍ଵତୀ ବାଗ, ଖୁଲାଣା ବେଳେରା, ପୁଷ୍ପାଞ୍ଜଳି ପାଣ୍ଡେ, ଜିଲ୍ଲା ପରିଷଦ ସଭ୍ୟା ସନ୍ତୋଷିନୀ ସଲମା, ୟସୀନ ମହମ୍ମଦ, ଦୀପକ ଖମାରୀ, ମନୋଜ ଦୀପ, ଟିଟୁ ପାଣ୍ଡେ, ସହିଦ ଖାଁନ, ଅଭିଷେକ ଜଗତ ପ୍ରମୁଖ ଶତାଧିକ ବିଜେଡି କର୍ମୀ ସାମିଲ ଥିଲେ ।

jayashree
Leave A Reply

Your email address will not be published.