om academy

ଗ୍ରାମାଞ୍ଚଳରେ ବୃଦ୍ଧି ପାଉଛି ବେଆଇନ ରନ୍ଧା ମଦ କାରବାର : ଶହ ଶହ ଲିଟର ଚାଲୁଛି କାରବାର, ୧୫/୨୦ ଲିଟର ଧରି ଫେରୁଛି ଅବକାରୀ ବିଭାଗ, ସାଧାରଣରେ ଆଲୋଚନା

jsm

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ତ୍ତମାନ ଦେଓଗାଁ ଥାନା ଅଧୀନସ୍ଥ ଗ୍ରାମାଞ୍ଚଳରେ ବୃଦ୍ଧି ପାଉଛି ବେଆଇନ ଦେଶୀ ମଦ କାରବାର । କୁଚିଆ ମଦ ବିକ୍ରିକୁ ନେଇ ଗାଁ ଗାଁରେ ଅସନ୍ତୋଷ ବଢ଼ିବାରେ ଲାଗିଛି । କରୋନା ଯୋଗୁଁ ସରକାରଙ୍କ ଦ୍ଵାରା ଲାଗି ହୋଇଥିବା ଲକଡାଉନ, ସଟଡାଉନ୍ ଯୋଗୁଁ ସରକାରୀ ମଦ ଭାଟି ବନ୍ଦ ହେବା ପରେ ଗ୍ରାମାଞ୍ଚଳରେ ବୃଦ୍ଧି ପାଇଥିଲା ରନ୍ଧା ମଦ କାରବାର । ଏବେ ଭାଟି ଗୁଡ଼ିକ ଖୋଲିବା ପରେ ରନ୍ଧା ମଦ ସହ ପ୍ରାୟତଃ ସମସ୍ତ ଗାଁରେ ଅସାମାଜିକ ଲୋକମାନେ ଛୋଟ ଛୋଟ କୁଡିଆ କରି କୁଚିଆ ଭାବେ ମଦ ବିକ୍ରି କରୁଛନ୍ତି । ସନ୍ଧ୍ୟା ହେଲେ ଗାଁ ଗାଁରେ ଜମୁଛି ମଦର ଆସର । ବିଶେଷ କରି ହାଟ, ବନ୍ଧାଆଡି, ଖେଳ ପଡିଆ, ଗାଁ ମୁଣ୍ଡରେ ନିଛାଟିଆ ସ୍ଥାନରେ ଖୋଲା ଖୋଲି ଭାବରେ ହେଉଛି ନିଶା କାରବାର ।
ଦେଓଗାଁ ବ୍ଲକ ମହାଳାଇ ଗାଁରେ ଏବେ ଘରକୁ ଘର ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ପୂର୍ବରୁ ମହିଳା ଗୋଷ୍ଠୀ ପକ୍ଷରୁ ମଦ ବିକ୍ରିକୁ ବନ୍ଦ କରିଥିଲେ ମଧ୍ୟ ଏବେ ପୁଣି ଗାଁର ଅସାମାଜିକ ଲୋକ ପୁଣି ମଦ ବିକ୍ରି କରୁଛନ୍ତି । ଗାଁର ଚାରିପଟରେ ଦେଶୀ ରନ୍ଧା ଓ ବିଦେଶୀ ମଦ ଖୁଲମଖୁଲା ବିକ୍ରି ହେଉଛି । ଫଳରେ ମହିଳାମାନେ ସନ୍ଧ୍ୟା ସମୟରେ ଘର ସମ୍ମୁଖରେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି । କେବଳ ମହଲାଇ ଗାଁରେ ନୁହେଁ ଦେଓଗାଁ ଥନାଞ୍ଚଳର ଦେଓଗାଁ ସଦର ସହ ସମସ୍ତ ଗାଁରେ ବେଆଇନ ମଦ ବିକ୍ରି ପାଇଁ ଏଭଳି ଅବସ୍ଥା । ଜାତୀୟ ରାଜପଥ କଡ଼ରେ ଦେଶୀ, ବିଦେଶୀ ମଦ ବିକ୍ରି ହେଉଥିଲେ ମଧ୍ୟ ପୁଲିସ ବିଭାଗ ସବୁ ଦେଖି ନ ଦେଖିଲା ଭଳି ଅଭିନୟ କରୁଥିବାରୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ତୁଷୁରା ଅବକାରୀ ବିଭାଗ ଅଧୀନରେ ଦେଓଗାଁ, ଗୁଡ଼ଭେଲା ବ୍ଲକ୍ ସହ ତୁଷୁରା ଏନଏସି ରହିଥିବାରୁ ସବୁଆଡେ ଧ୍ୟାନ ଦେଇ ବେଆଇନ ମଦ କାରବାରକୁ ରୋକି ପାରୁନାହାନ୍ତି । ଦେଓଗାଁ ଥାନାର କିଛି କର୍ମଚାରୀ ଅବକାରୀ ବିଭାଗ କୌଣସି ମଦ କାରବାରରେ ଚଢାଉ କରିବାର ଖବର ପାଇଲେ କିଛି ଅସାଧୁ କର୍ମଚାରୀ ଅଭିଯୁକ୍ତକୁ ଜଣାଇ ଦେଉଥିବାରୁ କୁଚିଆ ବେପାରୀମାନେ ଘଟଣାସ୍ଥଳରୁ ଫେରାର ମାରୁଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.