csstore

ଲୋକାର୍ପିତ ହେଲା ଲାୟନ୍ସ କ୍ଲବ ତରଫରୁ ଅଟୋ ହେଣ୍ଡ ସେନିଟାଇଜର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଦେଶରେ କରୋନା ମହାମାରୀକୁ ଦମନ ପାଇଁ ସବୁ ପ୍ରକାରର ଯୋଜନା ଏବଂ ଚେଷ୍ଟା ଚାଲି ଥିବାବେଳେ ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ସାମାଜିକ ସଂସ୍ଥା ତରଫରୁ ସରକାରଙ୍କ ହାତ ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକାର ଜନ ସଚେତନତା କାର୍ୟ୍ୟକ୍ରମ ଚାଲିଥିବା ବେଳେ ଆଜି ଲାୟନ୍ସ କ୍ଲବ ତରଫରୁ ମଧ୍ୟ କ୍ଲବର ଗଭର୍ଣରଙ୍କ ଅନୁସାରେ ବିଭାଜିତ ଜିଲ୍ଲା ଅନୁଯାୟୀ ସମସ୍ତ ଜିଲ୍ଲା ପାଇଁ ଅଟୋ ହେଣ୍ଡ ସେନିଟାଇଜର ଗୁଡାକର ବ୍ୟବସ୍ଥା କରାଯାଇଥିବା ବେଳେ ପଦ୍ମପୁରରେ ମଧ୍ୟ ଆଜି ହେଣ୍ଡ ସେନିଟାଇଜର ମାନ ଲୋକାର୍ପିତ ହୋଇଛି । ଏହି ସମୟରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି, ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଲାୟନ୍ସ କ୍ଲବ ଜିଲ୍ଲା ଗଭର୍ଣର ବେଣୁମାଧବ ଦୋରା, ପଦ୍ମପୁର ଥାନା ଅଧିକାରୀ ମାନସ ରଞ୍ଜନ ପଧାନ, ପଦ୍ମପୁର ଉପଖଣ୍ଡ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ସହିତ ପଦ୍ମପୁର ଲାୟନ୍ସ କ୍ଲବର ସଦସ୍ୟମାନେ ଉପସ୍ଥିତ ରହି ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ।

jayashree
Leave A Reply

Your email address will not be published.