jayashree

କଣ୍ଟାବାଞ୍ଜି ମାଟିରୁ ଶୁଭିଲା ରଣହୁଙ୍କାର

  • ମହିଳାଙ୍କୁ ୩୩% ସଂରକ୍ଷଣ ଲୋକସଭା ଓ ବିଧାନସଭାରେ ଦିଅ, ସାମାଜିକ ସୁରକ୍ଷା ଦିଅ, ଯୌନ ନିର୍ଯ୍ୟାତନା ବନ୍ଦ କର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କର, ନଚେତ ଗାଦି ଛାଡ
  • ହଜାର ହଜାର ସଂଖ୍ୟାରେ ମହିଳାମାନେ ଶୋଭାଯାତ୍ରା କରି ବିଜେପି ସରକାର ବିରୁଦ୍ଧରେ କଲେ ସ୍ୱର ଶାଣିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଜୁ ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳାଙ୍କୁ ୩୩% ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ, ନାରୀ ନିର୍ଯ୍ୟାତନାକୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ଓ ବିଜେପି ସରକାର ବିରୋଧରେ କଣ୍ଟାବାଞ୍ଜି ଜିଆର ପେଲେସଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପୂର୍ବତନ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ତଥା ବିଜେଡି ନେତ୍ରୀ ନିରୁପମା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନାରୀ ଅଧିକାର ଅଭିଯାନ ସଭାରେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ ମେହେର, ପୂର୍ବତନ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଅଜିତ ଯୋଶୀ, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଯୁବନେତା ଗିରିରାଜ ସିଂ ମାଝୀ, ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାର ବାରିକ, ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାନେତ୍ରୀ ଗୋପା ମାହାନନ୍ଦ, ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝି, ବିଜେଡ଼ି ନେତ୍ରୀ ପିଙ୍କି ଖର୍ସେଲ ସହ ବିଜେଡିର ବରିଷ୍ଠ ମହିଳା ନାରୀନେତ୍ରୀମାନେ ଉପସ୍ଥିତ ଥିଲେ । ରାଜ୍ୟରେ ବଢ଼ୁଥିବା ନାରୀ ନିର୍ଯ୍ୟାତନା, ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଏହାକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ ହୋଇଥିବା ଅଭିଯୋଗ କରି ବିଜେଡି କର୍ମୀ ଓ ମହିଳା ନେତ୍ରୀମାନେ ପ୍ରତିବାଦ ସଭା କରିଥିଲେ । କଣ୍ଟାବାଞ୍ଜି ସହରରେ ବିଜେଡିର ଶତାଧିକ କର୍ମୀ ଓ ମହିଳା ସମର୍ଥକମାନେ ଏକତ୍ରିତ ହୋଇ ସ୍ଥାନୀୟ ଜିଆର ପେଲେସ ଠାରୁ ରାଲି କରିଥିଲେ । ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ । ନାରୀଙ୍କୁ ସୁରକ୍ଷା ଦେବାରେ ସରକାର ସଂପୂର୍ଣ୍ଣ ବିଫଳ ବୋଲି ବିଜେଡି ନେତାମାନେ ଅଭିଯୋଗ କରିଥିଲେ । ଆଗାମୀ ଦିନରେ ନାରୀ ସୁରକ୍ଷାକୁ ନେଇ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ବିଜେଡି ପକ୍ଷରୁ ସଚେତନ କରାଯାଇଛି । ପରେ ଶୋଭାଯାତ୍ରା କଣ୍ଟାବାଞ୍ଜି ଏନଏସି ଅଫିସ ପହଞ୍ଚିବା ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଛବି ପୋଡ଼ଙ୍କ ଜରିଆରେ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଆଶାଦୁଲା ଖାଁ, ଉଦ୍ଧବ ବେହେରା, ଦୈତାରୀ ଭୋଇ, ଦେବରାଜ ଯାଦବ, ଆଶିଷ ବେହେରା, ରାଜେନ୍ଦ୍ର ଦୀପ, ଲିଙ୍ଗରାଜ ସୁନା, ବିଷ୍ଣୁ ଜୁଏଡ, ଦେବରାଜ ୟାଦବ, ପିଙ୍କି ଖର୍ସେଲ, ସିମ୍ରନ କୌର, ପ୍ରେମିସ ବାଗ, ବିଶ୍ୱନାଥ ସାହୁ, ଦ୍ରୌପଦ ନାଏକ, ପ୍ରସୁଦନ ମାଝୀ, ଅମିତ ସାହୁ, ଭବାନୀ ନାଗ, ରାମଚନ୍ଦ୍ର ରାଏ, ଦିପକ ଘିବେଲା, ବିଷ୍ଣୁ ପ୍ରସାଦ ଜୁଏଡ , ଦୈତାରି ଭୋଇ, ମୁଜାଫର ଖାନ, ଆଶିଷ ବେହେରା, ସଚିନ ହଂସ, କୁନା ବଏ, ଚୈତନ୍ୟ ମାଝୀ, ଅଗସ୍ତି ବାଗ, ଗୋପାଳ ମେହେର, କାହ୍ନକ୍ଷ ଯାଦବ, ତୁରେକେଲା ବ୍ଲକ, ବଙ୍ଗୋମୁଣ୍ଡା ବ୍ଲକ, ମୁରିବକ୍ଷହକ୍ଷଲ ବ୍ଲକ୍‌ର ସମିତି ସଭ୍ୟ/ସଭ୍ୟା, ସରପଞ୍ଚମାନେ, କଣ୍ଟାବାଞ୍ଜି କାଉନସିଲରମାନେ ଓ ବିଜୁ ଜନତାଦଳର କର୍ମକର୍ତ୍ତାମାନେ ଯୋଗଦାନ କରି ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ବିଜେଡି କାର୍ଯ୍ୟକର୍ତ୍ତା ଦିଲୀପ ପୃଷ୍ଟି ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.