csstore

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଖୁଣ୍ଟପାଲିରେ ମେଗା ରକ୍ତଦାନ ଶିବିର : ଯୋଗଦେଲେ ବିଶିଷ୍ଟ ସମାଜସେବୀ ଡାକ୍ତର ଶଙ୍କର ରାମଚନ୍ଦାନୀ

ବରଗଡ଼, (ନିରୋଜ କୁମାର ପାଣୀ) : ଜାତୀୟ ପିତା ମହାତ୍ମା ଗାନ୍ଧୀ ଏବଂ ପୁର୍ବତନ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ ହୋଇଥିବା ଉକ୍ତ ମେଗା ରକ୍ତଦାନ ଶିବିରକୁ ପଶ୍ଚିମ ଓଡ଼ିଶାର ଜଣାଶୁଣା ସମାଜସେବୀ ଡାକ୍ତର ଶଙ୍କର ରାମଚନ୍ଦାନୀ ଏବଂ ପର୍ବତାରୋହୀ ଲିପିକା ସେଠ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କରୋନା ମହାମାରୀ ସମୟରେ ରକ୍ତଦାନ କରୁଥିବା ବ୍ୟକ୍ତି ଏବଂ ଆୟୋଜନ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନମାନଙ୍କୁ ପ୍ରଶଂସା କରିଥିଲେ । ବିଶେଷ କରି ରକ୍ତ ଭଣ୍ଡାରର କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥି ପ୍ରଶଂସା କରିଥିଲେ । ଖୁଣ୍ଟପାଲି ଗ୍ରାମର ତ୍ରିରଙ୍ଗା କ୍ଲବ ଏହି ମେଗା ରକ୍ତଦାନ ଶିବିର ଆୟୋଜନ କରିଥିବା ବେଳେ ଅନେକ ସ୍ବେଛାକୃତ ରକ୍ତଦାତା ଏଥିରେ ସାମିଲ ହୋଇ ରକ୍ତଦାନ କରିଥିଲେ । ତ୍ରିରଙ୍ଗା କ୍ଲବର ସଭାପତି ସୁଶାନ୍ତ କୁମାର ମାଝୀ, ସମ୍ପାଦକ ଅରୁଣ କୁମାର ମାଝୀ, କୋଷାଧ୍ୟକ୍ଷ ଆନନ୍ଦ ଭୋଇଙ୍କ ସହିତ କ୍ଲବର ସମସ୍ତ କର୍ମକର୍ତ୍ତା ରକ୍ତଦାତାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଶିବିରରେ ସମୁଦାୟ ୭୯ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହାକୁ ବରଗଡ଼ ଏବଂ ବୁର୍ଲା ରକ୍ତଭଣ୍ଡାରକୁ ପଠାଯାଇଛି ।

jayashree
Leave A Reply

Your email address will not be published.