oom

ଅକ୍ଟୋବର ୨ ଠାରୁ ସପ୍ତାହ ବ୍ୟାପି ବଲାଙ୍ଗିର ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ବଲାଙ୍ଗିର ବିଜୁ ଜନତା ଦଳ ତଥା ଓଡିଶା ମୋ ପରିବାର ଆନୁକୁଲ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟ ବରିଷ୍ଠ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ ଏବଂ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ପୁଇଁତଲା ବ୍ଲକ କର୍ମକର୍ତ୍ତାଙ୍କ ତରଫରୁ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ଜିଲ୍ଲା ଓଡିଶା ମୋ ପରିବାରର ସଂଯୋଜକ ସାଗର ସଙ୍ଗମ ଶତପଥୀ ସଂଯୋଜନା କରିଥିବା ବେଳେ ଜିଲ୍ଲା ଯୁବ ଜନତା ଦଳର ସଭାପତି ରାଜେନ୍ଦ୍ର ହୋତା ବିଜୁ ଛାତ୍ର ଜନତା ଦଳର ସଭାପତି ଗୁଞ୍ଜ ଖାନଙ୍କ ତତ୍ବାବଧାନ ଓ ପୁଇଁତଲା ବ୍ଲକର ଯୁବ ନେତା କୁନାଲ ସରକାରଙ୍କ ନେତୃତ୍ବରେ ପୁଇଁତଲା ବ୍ଲକ ତରଫରୁ ଆଜି ଦିନକର ରକ୍ତ ସଂଗ୍ରହ ହୋଇଥିଲା । ଆଜିର ଏହି ଜୀବନ ବିନ୍ଦୁ କାର୍ୟ୍ୟକ୍ରମରେ ଯୁବ ନେତା ନିହାର ବେହେରା ଉପସ୍ଥିତ ରହି ରକ୍ତଦତାଙ୍କୁ ଉତ୍ସାହିତ କରିଥିବା ବେଳେ ବରିଷ୍ଠ ନେତା ଅଶୋକ ମହାନ୍ତି, ପ୍ରଦୀପ ଗୁରୁ, କୈଳାସ ମହାନ୍ତି, ସଞ୍ଜିବ ମିଶ୍ର, ଭଗବାନ ବଗର୍ତୀ, ପ୍ରଦୀପ ସାହୁ, ନରସିଂହ ବାଗ, ମହେନ୍ଦ୍ର ବାଗ, ଶୁଶିଲ ଚାନ୍ଦ, ରାମ ନାଏକ, ସୈଳେନ୍ଦ୍ର ସାହୁ, ଆଶିର୍ବାଦ ସାହୁ, ରାଜ୍ୟ ଛାତ୍ର ସମ୍ପାଦକ ସୁମନ ନନ୍ଦ, ଦୀପକ ପଣ୍ଡା, ସନ୍ତୋଷ ଦନ୍ତା, ନିହାର ସ୍ବାଇଁ, ନିତେଶ ଅଗ୍ରଓ୍ୱାଲ, ଭରତ ପୁରଷେଠ, ସମ୍ଭୁ ଚୋପଦାର, ଜିତେନ୍ଦ୍ର ସ୍ବାଇଁ, ବୁଲୁ ବେହେରା, ସଞ୍ଜିବ ନାଥ, ବେଞ୍ଜାମିନ କିରୋ, କୁନାଲ ବାଗ କରିଥିବା ବେଳେ ସୁନିଲ ପଧାନ, ଆଲେକ ନାଏକ, ପଞ୍ଚାନନ ପୁଟେଲ, ଇରସାଦ ଖାଁ, ଶିବ ପ୍ରସାଦ ବିଶ୍ବାଲ, ବିକାଶ ସିକ୍କା, ଧନୂ ରଣା, ଅରୁଣ କୁମ୍ଭାର, ବିନାୟକ ନନ୍ଦ, ସର୍ବେଶ୍ୱର ବିଶି, ଖୀରୋଦ କୁମାର ସା’ଙ୍କ ସହିତ ଅନେକ ରକ୍ତ ଦାତା ରକ୍ତଦାନ କରିଥିଲେ । ଏହି କାର୍ୟ୍ୟକ୍ରମକୁ ସୂଚାରୁ ରୁପେ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ଆଇଟି ସଂଯୋଜକ ବିଭୁତି ଭୁଷଣ ମିଶ୍ର । ଆସନ୍ତାକାଲି ପୁଣି ଏହି କୋଭିଡ-୧୯ ସମୟରେ ରକ୍ତ ଅଭାବକୁ ଦୃଷ୍ଟି ରଖି ଏହି କାର୍ୟ୍ୟକ୍ରମ ଆଗକୁ ୧୦ ତାରିଖ ପର୍ୟ୍ୟନ୍ତ ଜାରି ରହିବ ବୋଲି ଜିଲ୍ଲା ସଂଯୋଜକ ବିନୁ ଶତପଥୀ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.