ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ : ସାରା ଦେଶରେ ଖୋଲିବ, ଓଡିଶାରେ କାହିଁକି ଖୋଲିବନି, କହିଲେ ସିନେ କଳାକାର ଓ ନିର୍ମାତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ଅନ୍‌ ଲକ୍‌.୫ ଆରମ୍ଭ ହୋଇଯାଇଛି । ସାରା ଦେଶରେ ସିନେମା ହଲ ଖୋଲା ରହିବାକୁ ନିର୍ଦ୍ଦେଶ ଥିବା ବେଳେ ଓଡିଶାରେ କିନ୍ତୁ ବନ୍ଦ ରହିଛି । ରାଜ୍ୟରେ ସିନେମା ହଲ ନଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତିକୁ କଳାକାର ଓ ଫିଲ୍ମି ନିର୍ମାତାମାନେ ବିରୋଧ କରିଛନ୍ତି । ସାରା ଦେଶରେ ଖୋଲିବ, ଓଡିଶାରେ କାହିଁକି ଖୋଲିବନି ବୋଲି ପ୍ରଶ୍ନ କରିଛନ୍ତି । ତେବେ କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନରୁ ସିନେମା ହଲ୍‌ଗୁଡ଼ିକ ବନ୍ଦ ଥିବା ହେତୁ ଘୋର୍‌ ଆର୍ଥିକ ସଂକଟ ଉପୁଜିଥିବା କୁହାଯାଇଛି ।

Leave A Reply

Your email address will not be published.