ଆମେରିକା ପ୍ରସ୍ତୁତ କରୁଛି ହାଇପର୍‌ସୋନିକ୍‌ ଅସ୍ତ୍ରକୁ ଭଣ୍ଡୁର କରିବାକୁ ହତିଆର : ଚୀନ୍‌ ମିସାଇଲ୍‌ର ଖେଳ ଶେଷ

ୱାସିଂଟନ : ଚୀନ୍‌ର ସାମ୍ନା କରିବାକୁ ପାଇଁ ଆମେରିକା ପ୍ରସ୍ତୁତ କରୁଛି ହାଇପର୍‌ସୋନିକ୍‌ ଅସ୍ତ୍ରକୁ ଭଣ୍ଡୁର କରିବାକୁ ହତିଆର, ଯାହାଦ୍ୱାରା ଚୀନ୍‌ ମିସାଇଲ୍‌ର ଖେଳ ଶେଷ ହୋଇଯିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ଚୀନ୍‌ର ଘାତକ ‘କେରିଅର୍‌ କିଲର୍‌’ ହାଇପର୍‌ସୋନିକ୍‌ ବୈଲିଷ୍ଟିକ୍‌ ମିସାଇଲ୍‌ ‘ଡଭ୍‌ଗ୍‌ ଫେଙ୍ଗ୍‌ ୨୧ ମାର୍ଚ୍ଚ ୫’ର ତୀବ୍ରବେଗରେ ପହଂଚି ପାରିବ ଏବଂ ଦ୍ରୁତ ଗତିରେ ଆଗକୁ ସଂପ୍ରସାରିତ ହୋଇପାରିବାର କ୍ଷମତା ରଖୁଛି । ଏକ୍ସପର୍ଟମାନଙ୍କ କହିବା ଅନୁସାରେ ଏହାର ସାମ୍ନା କୌଣସି ବି ଅସ୍ତ୍ର କରି ପାରିବ ନାହିଁ । ଯେଉଁଠାକୁ ଲକ୍ଷ୍ୟ କରାଯିବ, ସେଠାରେ ସେ ନିଶ୍ଚିତ ପ୍ରବାହାର କରିବ । ତେବେ ବର୍ତ୍ତମାନ ଆମେରିକା ଏହାଠାରୁ ବି ଅଧିକ କ୍ଷମତାଶାଳୀ ତଥା ଭୟଙ୍କର ଅସ୍ତ୍ର ତିଆରି କରୁଛି । ଏହାକୁ କେରିଅର୍‌ କିଲର୍‌ ଠାରୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଆମେରିକା ଅଂଟା ଭିଡ଼ିଛି ।

Leave A Reply

Your email address will not be published.