pakka

ନୁଆଁ ଖଇରପାଲି ଗ୍ରାମରେ ରକ୍ତଦାନ ଶିବିର : ୫୧ ୟୁନିଟ ରକ୍ତ ସଂଗ୍ରହ

bbehera

ବରଗଡ, (ନିରୋଜ କୁମାର ପାଣୀ) : ରକ୍ତଦାନ ଜୀବନ ଦାନ । ଏକବିଂଶ ଶତାବ୍ଦୀର ବିଜ୍ଞାନ ଯୁଗରେ ମଣିଷ ଯେତେ ଆଗକୁ ବଢିଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ରକ୍ତର କୌଣସି ବିକଳ୍ପ ବ୍ୟବସ୍ଥା ବାହାରି ନାହିଁ । ଯଦି ଜଣେ ମଣିଷକୁ ରକ୍ତର ଅଭାବ ହୁଏ ତେବେ ଆଉ ଜଣେ ମଣିଷ ରକ୍ତଦାନ କଲେ ତାହା ପୂରଣ ହୋଇଥାଏ । ତେବେ ବର୍ତମାନ ଯୁଗରେ ସଭ୍ୟ ସମାଜରେ ରକ୍ତଦାନ କ୍ଷେତ୍ରରେ ଲୋକେ ଅନେକ ସଚେତନ ଥିବା ବେଳେ ଗ୍ରୀଷ୍ମ ଋତୁରେ ସଧାରଣତଃ ରକ୍ତ ଦାନ ଶିବିର ମାତ୍ର କମ ହେଉଥିବା କାରଣରୁ ବିଭିନ୍ନ ରକ୍ତଭଣ୍ଡାରମାନଙ୍କରେ ରକ୍ତ ଅଭାବ ଦେଖାଯାଇଥାଏ । ଏହି ରକ୍ତ ଅଭାବକୁ କିଛି ମାତ୍ରାରେ ପୂରଣ କରିବାକୁ ଯାଇ ଆଜି ଅତାବିରା ନୁଆଁ ଖଇରପାଲି ଗ୍ରାମ ରାମ ମନ୍ଦିର ପ୍ରାଙ୍ଗଣରେ ଅତାବିରା କୋଶଲ ଆନ୍ଧ୍ର ୱେଫେଆର ଆସୋସିଏସନ୍‌ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ଗ୍ରାମର ଦୁଇଜଣ ବରିଷ୍ଠ ବ୍ୟକ୍ତି ସିଏଚ୍‌. ଚକ୍ରବର୍ତ୍ତୀ ଓ ବି ସତ୍ୟନାୟନ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ୧୧ ଜଣ ମହିଳା ରକ୍ତଦାତାଙ୍କ ସମେତ ମୋଟ ୫୧ ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର କର୍ମଚାରୀଙ୍କ ଦ୍ୱାରା ସଂଗ୍ରହ ହୋଇଥିଲା । ନିସ୍ୱାର୍ଥପର ଭାବରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ତଥା ନୁଆଁ ଖଇରପାଲି ଗ୍ରାମବାସୀଙ୍କୁ କୋଶଲ ଆନ୍ଧ୍ର ୱେଲଫେଆର ଆସୋସିଏସନ ତରଫରୁ ସାଧୁବାଦ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

19 − two =