
ବଲାଙ୍ଗିର, (କେପିଏନ୍ଏସ୍) : ଦେଓଗାଁ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତର ତେଲିପାଲି ଗ୍ରାମର ଧର୍ମପରାୟଣା ମହିଳା ମଞ୍ଜୁଲତା ପଧାନଙ୍କ ୫୫ ବର୍ଷ ବୟସରେ ବୃକକ୍ଜନିତ ରୋଗରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ପରିବାର ବର୍ଗ, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି । ସ୍ୱର୍ଗତା ପଧାନ ଜଣେ ଧର୍ମପରାୟଣା, ସରଳ ଓ ମିଷ୍ଟଭାଷୀ ମହିଳା ଭାବେ ପରିଚିତ ଥିଲେ । ମୃତ୍ୟୁ ସମୟରେ ତାଙ୍କ ଦୁଇ ପୁଅ ଅନିତ ଓ ସୁନିତ, ବଡ଼ ବୋହୂ ମିତା, ନାତୁଣୀ ସ୍ୱସ୍ତିକାଙ୍କ ସମେତ ବହୁ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ଶେଷକୃତ୍ୟ ତେଲିପାଲି ଗ୍ରାମର ଶ୍ମଶାନ ଘାଟରେ ସମ୍ପନ୍ନ ହୋଇଥିଲା । ବଡ଼ପୁଅ ଅନିତ ମୁଖାଗ୍ନି ଦେଇଥିଲେ । ମଞ୍ଜୁଲତାଙ୍କ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।