pakka

ଆସନ୍ତା ୮ ତାରିଖ ଦିନ ସକାଳ ୦୬.୦୦ରୁ ସନ୍ଧ୍ୟା ୦୮.୦୦ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜନସାଧାରଣଙ୍କୁ ଉପଯୁକ୍ତ ସୁରକ୍ଷିତ କ୍ଲିୟରେନ୍ସ ଦେବା ପାଇଁ ଧୁବାବାହାଲି ଗ୍ରାମରେ ଗୋଟିଏ ନୂତନ ଉଚ୍ଚ ଟାୱାର ନିର୍ମାଣ ଓ ତାର ଟାଣିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ୧୩୨ କେ.ଭି. ବଲାଙ୍ଗିର- ସୋନପୁର ଲାଇନରେ ଉକ୍ତ କାର୍ଯ୍ୟ କରିବା ପାଇଁ ତା ୦୮-୦୩-୨୦୨୨ରିଖ ଦିନ ସକାଳ ୦୬.୦୦ରୁ ସନ୍ଧ୍ୟା ୦୮.୦୦ ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ । ୧୩୨ କେ.ଭି. ବଲାଙ୍ଗିର- ସୋନପୁର ଦ୍ବିତୀୟ ସର୍କିଟ ଲାଇନର ନିର୍ମାଣ ଦ୍ବାରା ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲା ପାଇଁ ଅତିରିକ୍ତ ଶକ୍ତି ସଂଯୋଗ ଏବଂ ନବ ନିର୍ମିତ ବୀରମହାରାଜପୁର ଗ୍ରୀଡକୁ ବୈଦ୍ୟୁତିକ ସଂଯୋଗ କରାଯାଇପାରିବ । ଉକ୍ତ ଲାଇନର ନିର୍ମାଣ ଦ୍ବାରା ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଲୋ ଭୋଲ୍ଟେଜ ଓ ପାୱାର କଟ ସମସ୍ୟାର ସମାଧାନ କରାଯାଇପାରିବ । ଏହା ଦ୍ବାରା ଜନସାଧାରଣଙ୍କୁ ଉତ୍ତମ ଓ ଗୁଣାତ୍ମକ ବୈଦ୍ୟୁତିକ ଶକ୍ତି ଯୋଗାଇ ଦିଆଯାଇପାରିବ । ଏଣୁ ଏକ ବୃହତ୍ତର ସାମୁହିକ ସ୍ବାର୍ଥ ନିମନ୍ତେ ବିଭଗ ତରଫରୁ ଜନ ସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଉଛି ।

jay balangir
Leave A Reply

Your email address will not be published.

eleven − 11 =