pakka

ଡ୍ରିମ୍ସ କ୍ୟାଚର କ୍ରିକେଟ ଉଦ୍‌ଯାପିତ : ଖଇରପାଲି ଚମ୍ପିୟାନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଜମଲା ହାଇସ୍କୁଲ ପଡ଼ିଆରେ ଆୟୋଜିତ ୨୨ତମ ଡ୍ରିମ୍ସ କ୍ୟାଚରର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ସେମି ଫାଇନାଲରେ ଘନାମାଲ ଦଳ ସାରଙ୍ଗପୁର ଦଳକୁ ହରାଇ ଏବଂ ଦ୍ୱିତୀୟ ସେମିଫାଇନାଲରେ ଖଇରପାଲି ଦଳ ମହୁଲପାଲି ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲ ମ୍ୟାଚ୍‌ରେ ଖଇରପାଲି ଦଳ ଘନାମାଲ ଦଳକୁ ହରାଇ ଚମ୍ପିୟାନ ହୋଇଥିଲେ । ଆଜିର ଉଦ୍‌ଯାପନୀ ଉତ୍ସବରେ ଭୋଜରାଜ ବରିହା ମୁଖ୍ୟ ଅତିଥି ଏବଂ ମନୋରଞ୍ଜନ ପୁରୋହିତ, ଅମୃତଲାଲ ମେହେର, କ୍ଷେତ୍ରବାସୀ ଭୁଏ, ରବିଶଙ୍କର ଭୋଇ ଓ ରଜନୀ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ପୁରସ୍କାର ପ୍ରଦାନ କରିଥିଲେ । ଖଇରପାଲି ଦଳର ଅର୍ଜୁନ ମେନ ଅଫ୍‌ ଦି ମେଚ ଓ ସିରିଜ ବିବେଚିତ ହୋଇଥିଲେ । ଆଜିର ମ୍ୟାଚରେ ରାଜୀବ ପୁରୋହିତ, ହନୁ ଅଗ୍ରୱାଲ, ଦିଲ୍ଲୀପ ଭୋଇ, ଅନ୍ତର୍ଯ୍ୟାମୀ ପ୍ରଧାନ ଅମ୍ପାୟାରିଂ ଏବଂ ପ୍ରଦୀପ ଓ ଗୋକୁଲା ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ । ଶ୍ୟାମବନ୍ଧୁ ବେହେରା, ରିଙ୍କୁ ସାହୁ, କୁମାର ଆନନ୍ଦ ଓ ଦିଲୀପ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ଜମଲା କ୍ରୀଡ଼ା କମିଟୀର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପିଣ୍ଟୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

fifteen + 1 =