csstore

ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୪୧ ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ, (ନିରୋଜ କୁମାର ପାଣୀ) : ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିବାରୁ ବରଗଡ଼ ସୟାଁ, ଗୁଡେଶିରାଠାରେ ଥିବା ଲଷ୍ମୀ ସେଲ୍ସ ଏଣ୍ଡ ସର୍ଭିସ ପ୍ରାଇଭେଟ ଲିମିଟେଡ ଓ ନିଷ୍ଠା ପରିବାରର ମଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଲଷ୍ମୀ ସେଲ୍ସ ଏଣ୍ଡ ସର୍ଭିସ ପ୍ରାଇଭେଟ ଲିମିଟେଡର ମାଲିକ ରବୀନ୍ଦ୍ର କୁମାର ଅଗ୍ରୱାଲ, ତାଙ୍କ ଭାଇ ରଥିନ୍ଦ୍ର କୁମାର ଅଗ୍ରୱାଲ, ଫିତା କାଟି ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ସର୍ବମୋଟ୍ ୪୧ ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସଂଗୃହୀତ ହୋଇଥିଲା । ଏଥିରେ ଅନେକ ମହିଳା ମଧ୍ୟ ସ୍ୱେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିଲେ । ଏହି ମହତ୍ କାର୍ଯ୍ୟରେ ଗୁଲସନ ପଣ୍ଡା, ସୁଭାଶିସ ମହାପାତ୍ର, ନିରଞ୍ଜନ ମେହେର, ବିନୟ ଭୂଷଣ ମିଶ୍ର, ଯୁଗଳ ଷଢ଼ଙ୍ଗୀ ନିଷ୍ଠା ପରିବାରର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସାହୁ, ଜୟନ୍ତ ପ୍ରଧାନ, ତ୍ରିପୁରା ସୁହୁଲା ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିରକୁ ସଫଳ କରିଥିଲେ । ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫରୁ ଲକ୍ଷ୍ମୀ ସେଲ୍ସ ଆଣ୍ଡ ପ୍ରାଇଭେଟ୍ ଲିମିଟେଡକୁ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ରକ୍ତଦାତାମାନଙ୍କୁ ନିଷ୍ଠା ପରିବାର ତରଫରୁ ସମସ୍ତଙ୍କୁ ବହୁତ ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.