jayashree

ଦକ୍ଷିଣ କାଳୀ ମନ୍ଦିରର ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଦକ୍ଷିଣ କାଳୀ ମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୭ ତାରିଖ ଦିନ ଘଟସ୍ଥାପନ, ସୂର୍ଯ୍ୟପୂଜା, ଘଟ ମଣ୍ଡଳାଦୀ ପୂଜା, ଉପଚାର ପୂଜା, ଚଣ୍ଡିପାଠ, ସହସ୍ରନାମ ଆହୁତି, ଆରତୀ, ପୁଷ୍ପାଞ୍ଜଳି ଓ ୮ ତାରିଖ ଦିନ ଘଟ ନିମଜ୍ଜନ, ବଳିଦାନ, ଦୀପୋତ୍ସର୍ଗ, ଆରତୀ, ପୁଷ୍ପାଞ୍ଜଳି ସହ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ପୂଜକ ଭାବେ କାଶିନାଥ ପାଢ଼ୀ, କର୍ତ୍ତା ଭାବେ ପ୍ରମୋଦ ବିଶୋଇ ଓ ମିନି ବିଶୋଇ ଦାୟିତ୍ଵ ନିର୍ବାହ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଭାପତି ଅମର ସାହାଣୀ, ଉପସଭାପତି ପ୍ରଶାନ୍ତ କୁମାର ପାଢ଼ୀ, ସରୋଜ ସାହୁ, ରଞ୍ଜନ କୁମାର ପୃଷ୍ଟି, ଅକ୍ଷୟ ଧଳ, କୃଷ୍ଣ ସେଠୀ, ନିହାର ଦାସ, ଅକ୍ଷୟ ରାଉତ, ଅଶୋକ ରାଉତ, ଏନ୍ କେ ବିଶ୍ୱାଳ,ଏ କେ ପାଲ, ଏନ୍ ମହାରଣା, ଗୋପାଳ ମହାନ୍ତି, ଲକ୍ଷ୍ମୀଧର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇ ଥିଲେ ।

Leave A Reply

Your email address will not be published.