csstore

ପଦ୍ମପୁରରେ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସହରର ଚିତ୍ରଗୁପ୍ତ କଲ୍ୟାଣ ସଙ୍ଘ (କରଣ ସମାଜ) ଆନୁକୂଲ୍ୟରେ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ, ସ୍ଥାନୀୟ ମାରୱାଡି ଧର୍ମଶାଳାର ସମ୍ମିଳନୀ କକ୍ଷରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଇ ଉତ୍ସବରେ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ବହୁ କରଣ ପରିବାରର ସଭ୍ୟମାନେ ଉପସ୍ଥିତ ରହିଥିଲେ । ପୁରୋହିତ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀ ପୂଜା ଦାୟିତ୍ୱ ତୁଲାଇଥିବା ବେଳେ, ମନୋଜ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ କବିତା ମହାନ୍ତି ଯଜମାନ ହୋଇଥିଲେ । ଏଇ ଅବସରରେ ଅନୁଷ୍ଠିତ ସାଧାରଣ ଅଧିବେଶନରେ ସଂଘର ସଂପାଦକ ଅଶୋକ କୁମାର ବହିଦାର ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ । ସଭାପତି ଶିରିଷ କୁମାର ବହିଦାର କରଣ ଜାତିର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ । ସଂଯୋଜକ ପ୍ରୀତେଶ କୁମାର ବହିଦାର ସଂଘର ମାଧ୍ୟମରେ କରଣ ଜାତିର ଯୁବଗୋଷ୍ଠୀ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । ଉପସଭାପତି ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସମସ୍ତେ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ବିଜୟ ବହିଦାର, ସଂଜୀବ ବହିଦାର, ଶେଷଦେବ ପଟ୍ଟନାୟକ, ସୌରଭ ପଟ୍ଟନାୟକ, ସ୍ୱରୁପ କାନୁନଗୋ, ଶୁଭମ ପଟ୍ଟନାୟକ, ସୋମେଶ ମହାନ୍ତି, ଇଶାନ୍ କାନୁନଗୋ, ଆଶାନ୍ କାନୁନଗୋ, ଶଟିଦେବ ଦାସ, ଆଦର୍ଶ ମହାନ୍ତି, ଅଖିଳ ପଟ୍ଟନାୟକ, ସୁରଞ୍ଜିତ ବହିଦାର ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.