pakka

ବିର୍ଜାମରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବିର୍ଜାମଠାରେ ଓଡ଼ିଶା ମୋ ପରିବାର, ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଓଡ଼ିଶା ମୋ ପରିବାରର ସଂଯୋଜକ ଗୌର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ଶିବିରକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍‌ଘାଟନ କରିଥିଲେ । ପରେ ଯୁବ ଓ ଛାତ୍ର ଜନତା ଦଳ ଶାଖାର ସଭ୍ୟ ସଭ୍ୟାମାନେ ରକ୍ତଦାନ କରିଥିଲେ । ଶିବିରରୁ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଶିବିରକୁ ଯୁବ ଓ ଛାତ୍ର ଶାଖା ପକ୍ଷରୁ ପରିଚାଳନା କରାଯାଇଥିଲା ।

jay balangir
Leave A Reply

Your email address will not be published.

11 − six =