csstore

ନାରୀକଟା ଅଞ୍ଚଳର ଭୂମିହୀନ ପରିବାରଙ୍କୁ ଜମି ପଟା ପାଇଁ ଅତିରିକ୍ତ ତହସିଲଦାରକୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଭୂମିହୀନ ପରିବାର ଲୋକଙ୍କ ପାଇଁ ଜମି ପଟା ପ୍ରଦାନ କରୁଥିବା ଡିମ୍‌ ଡିମ ପିଟୁଛନ୍ତି ହେଲେ ଦୀର୍ଘ ୨୫ ବର୍ଷରୁ ଅଧିକ ଦିନ ହେବ ବସବାସ କରୁଥିବା ଅଞ୍ଚଳବାସୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଜମି ଚିହ୍ନଟ କରି ପ୍ରମାଣ ପତ୍ର ମିଳିନ ଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଗଣ୍ଡପତ୍ରାପାଲି ପଞ୍ଚାୟତର ଭଦ୍ରା, ନାରୀକଟା, ବଡ଼ମାଲ, ସମାଚୁଆ ଓ ଫପସି ଗ୍ରାମର କିଛି ଗରିବ ଶ୍ରେଣୀର ଲୋକମାନେ ଅତିରିକ୍ତ ତହସିଲଦାର ଯୁଗେଶ୍ଵର ଧରୁଆଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ମତେ ୨୫ ବର୍ଷରୁ ଅଧିକ ହେବ ବିଭିନ୍ନ ସରକାରୀ ଜମିରେ ଅସ୍ଥାୟୀ ଭାବେ ଘର କରି ରହିଆସୁଛନ୍ତି ହେଲେ ଉକ୍ତ ଜମି ଉପରେ ଜମି ପଟା ନ ଥିବାରୁ ଆବାସ ଯୋଜନା, ଛାତ୍ରଛାତ୍ରୀମାନଙ୍କ ପାଇଁ ଆବାସିକ ଓ ଜାତିଗତ ପ୍ରମାଣ ପତ୍ର ଭଳି ସରକାରୀ ସୁବିଧାରୁ ବଞ୍ଚିତ ରହିଛନ୍ତି । ତେବେ ୪ ଡ଼ିସିମିଲ ଜମି ପ୍ରଦାନ କରାଯାଉ ବୋଲି ଗ୍ରାମବାସୀମାନେ ଦାବୀ କରିଥିଲେ ।

jayashree
Leave A Reply

Your email address will not be published.