csstore

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୪ତମ ଜନ୍ମ ଦିବସ ଅବସରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ତରଫରୁ ତଥା ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନରସିଂହ ସିଂଙ୍କ ନେତୃତ୍ୱରେ ସୋମବାର ଦିନ ସକାଳୁ ସ୍ଥାନୀୟ ରକ୍ତ ଭଣ୍ଡାରଠାରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୪ତମ ଜନ୍ମ ଦିବସ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ବହୁ ଯୁବକ ଆସି ରକ୍ତଦାନ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଅତୁଟ ବିଶ୍ୱାସ ରଖି ତାଙ୍କର ଏହି ଜନ୍ମ ଦିନରେ ରକ୍ତର ଅଭାବକୁ କିଛି ମାତ୍ରାରେ ଦୂର କରିବା ସହ ଅସହାୟ ଲୋକଙ୍କୁ ଏହି ରକ୍ତଦାନ କରିବା ଭଳି ଏକ ନିଆରା ଭେଟି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀଙ୍କୁ ବୋଲି ଯୁବ ନେତା ନରସିଂହ ସିଂ ନିଜ ବକ୍ତବ୍ୟରେ କହିଥିଲେ । ଏହି ଶିବିରକୁ ପରିଚାଳନା କରିବାରେ ଯୁବ ମୋର୍ଚ୍ଚାର ଉପ ସଭାପତି ରିତୁରାଜ ତାଣ୍ଡି, ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ସାହୁ, ଏସ୍‌ଟି ମୋର୍ଚ୍ଚା ସଭାପତି ଅଶୋକ ଭୋଇ, ଏମ୍‌ଡି ସୋହିଲ ଖାଁ, ମଂଟୁ ସାହୁ, ଅସ୍‌ପା ଅଲି, ଧିରଜ୍ ବାଗ, ପ୍ରକାଶ ସାହୁ, ନିର୍ମଳ ବେହେରା, ସୁରଜ ବଗର୍ତ୍ତି, ସାହିଲ ମହାନନ୍ଦ, ନିଖିଲ ବଗର୍ତ୍ତି, ଫିରୋଜ ଅନ୍ଵାନ, ସୋହିଲ୍ ଖାଁ, ବଳଭଦ୍ର ବଗର୍ତ୍ତି, ଅନିଶ କୁମାର ବର୍ଷା, ଡେନିସ ମିଞ୍ଜ, କେଦାର ପୁଟେଲ, ରମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.