csstore

ମେଗା ରକ୍ତଦାନ ଶିବିର ଆୟୋଜିତ : ୧୦୫୬ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ସତ୍ୟନାରାୟଣ ପ୍ରଦାନ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକଠାରେ ଦିବଙ୍ଗତ ନେତା ସ୍ୱର୍ଗତ ସୁବଳ ସାହୁଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଦିବସ ଏବଂ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ସ୍ଥାନୀୟ ଏସ୍‌ଏଚ୍‌ଜି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ନିଲକୁମାରୀ ନାଏକ, ବିଜେପୁର ବ୍ଲକ ଚେୟାରମେନ ମୋତିରାମ ସାହୁ ଏହି ଶିବିରରେ ଅତିଥି ଭାବେ ଯୋଗଦାନ କରିଥିଲେ । ବରଗଡ ଜିଲ୍ଲା ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମର ସଂଯୋଜକ ଗୌରହରି ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ସମୁଦାୟ ୧୦୫୬ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ସୁଶାନ୍ତ ମେହେରଙ୍କ ଉପସ୍ଥିତିରେ ରକ୍ତ ସଂଗ୍ରହ ହୋଇଥିଲା ।

jayashree
Leave A Reply

Your email address will not be published.