pr

ସ୍ୱାଧୀନତା ଦିବସରେ ରକ୍ତଦାନ ଶିବିର : ୮୦ ୟୁନିଟ ରକ୍ତ ସଂଗ୍ରହ

dr. purohit

ବରଗଡ, (ନିରୋଜ କୁମାର ପାଣୀ) : ୭୬ତମ ସ୍ୱାଧୀନତା ଦିବସ ଅବସରରେ “ସଂକଳ୍ପ ପରିବାର” ଓ ୧୧ ଷ୍ଟାର କ୍ଲବ, ବରଗଡ଼ର ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସେନା କର୍ମଚାରୀ ଅରୁଣ ରଥ ଯୋଗଦାନ କରି ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ବିଜୁଜନତା ଦଳ ବରଗଡ଼ ଟାଉନ ସଭାପତି କିଶୋର ମିଶ୍ର ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ରକ୍ତଦାନ ଶିବିରରେ ୧୧ଜଣ ମହିଳା ରକ୍ତଦାତା ସମେତ ମୋଟ ୮୦ଜଣ ରକ୍ତଦାତା ସ୍ୱେଛାକୃତ ଭାବରେ ରକ୍ତଦାନ କରିଥିଲେ ।

nrusinghnath
Leave A Reply

Your email address will not be published.