csstore

ରବୀନ୍ଦ୍ର ମଣ୍ଡପରେ ନାଟକ ‘ଗୁଟେ ଚିଠିର କଥା’

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଗତ ୧୪ ତାରିଖ ସନ୍ଧ୍ୟାରେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ “ନାଟ୍ୟ ଧାରା” କାର୍ଯ୍ୟକ୍ରମରେ ପଦ୍ମପୁର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଅବର୍ଣ୍ମିଗୁଁଡା ନାଟ୍ୟ ସଂସଦ ତରଫରୁ ନାଟକ ‘ଗୁଟେ ଚିଠିର କଥା’ ସଫଳତାର ସହିତ ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର ଅଶୋକ କୁମାର ବହିଦାରଙ୍କ ଲିଖିତ ଏକ ଭିନ୍ନ ସ୍ଵାଦର ଏଇ ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ବିଶ୍ରାମ ମେହେର । ରମେଶ କୁମାର ଗୁର୍ଲାଙ୍କ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବାଦ୍ୟଯନ୍ତ୍ର ଓ କଣ୍ଠଦାନରେ ସହଯୋଗ କରିଥିଲେ ଡୋଲାମଣି ସାହୁ ଓ ଗୋଲଡି ଦାଶ । ଆଶିଷ ବେର୍କାର ମଞ୍ଚ ସଜ୍ଜା, ମନିଷ କୁମାର ରଥ ଆଲୋକ ସଂପାତ, ପ୍ରୀତିଶ କୁମାର ରଥ ଚିତ୍ର ଉତୋଳନ ଏବଂ ଅକ୍ଷୟ ଭୋଇ ଓ ଜୟସେନ ମହାକୁଡ ମଞ୍ଚ ପରିଚାଳନା ଦାୟିତ୍ୱ ତୁଲାଇଥିଲେ । ବିଭିନ୍ନ ଚରିତ୍ରରେ ମନୋରଞ୍ଜନ ପୁରୋହିତ, ଆଶିଷ କୁମାର ବେର୍କାର, ରମେଶ ମେହେର, ଦୀପକ ଦାଶ, ତେନେସ କୁମାର ପଣ୍ତା ଏବଂ ସୁଶ୍ରୀ ମମତା ଦୀପ ଉଚ୍ଚ କୋଟୀର ଅଭିନୟ କରି ଦର୍ଶକମାନଙ୍କର ମନମୋହି ନେଇଥିଲେ । ଷାଠିଏ ବର୍ଷ ତଳେ ହଜି ଯାଇଥିବା ଏକ ପ୍ରେମ ସଂପର୍କର ପୁନଃ ଉଦ୍ଧାର ଓ ତାର ପରବର୍ତ୍ତୀ ପରିଣତି । ଏପରି ଏକ ଭାବାତ୍ମକ କାହାଣୀକୁ ନେଇ ଗତିଶୀଳ ହୋଇଥିବା ନାଟକ “ଗୁଟେ ଚିଠିର କଥା” ନାଟକର ପ୍ରତିଟି କ୍ଷେତ୍ରରେ ସଫଳତାର ସହିତ ପ୍ରସ୍ଫୁଟିତ ହୋଇ ଦର୍ଶକ ସ୍ୱୀକୃତି ପାଇଁ ପାରିଛି ।

jayashree
Leave A Reply

Your email address will not be published.