csstore

ବରଗଡ଼ ସିମେଣ୍ଟ କାରଖାନାରେ ରକ୍ତଦାନ ଶିବିର ୧୦୪ ୟୁନିଟ୍‌ ରକ୍ତ ସଂଗୃହୀତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଆଦାନୀ ଫାଉଣ୍ଡେସନ୍‌ ବରଗଡ଼ ସିମେଣ୍ଟ କାରଖାନା ଦ୍ଵାରା ସ୍ଥାନୀୟ ସିମେଣ୍ଟ ନଗର ଡିସ୍ପେନସେରି ଠାରେ ଏକ ରକ୍ତଦାନ ଶିବିର ନିଷ୍ଠା ପରିବାରର ସହଭାଗିତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ପ୍ଲାଣ୍ଟ ମ୍ୟାନେଜର ସୁକାନ୍ତ ସାମନ୍ତ ଓ ବାଣୀ ସାମନ୍ତ ଯୋଗଦେଇ ଫିତା କାଟି ଶିବିରର ଉଦ୍‌ଘାଟନ କରିଥିଲେ । ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୧୦୪ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରକୁ ଡାକ୍ତର ସୁଜିତ ନାୟକ, ମ୍ୟାନେଜର୍‌ ଏଚ୍‌. ଆର୍‌. ଅଭିଷେକ ଭଟ୍ଟାଚାର୍ଯ୍ୟ, ସି. ଏସ୍‌. ଆର୍‌. ମୁଖ୍ୟ ପ୍ରଦୀପ୍ତ କୁମାର ମହାନ୍ତି, ପ୍ରୋକ୍ୟୁର୍ମେଣ୍ଟ ମୁଖ୍ୟ ଅଖିଳେଶ କୁମାର, ଇଲେକ୍ଟ୍ରିକାଲ ମୁଖ୍ୟ ଅତାବିଲ ମଣ୍ଡଳ, ସିକ୍ୟୁରିଟି ମୁଖ୍ୟ ରଞ୍ଜନ ଜେନା, କର୍ମଚାରୀ ସଂଘର ସଭାପତି ମହେନ୍ଦ୍ର ଦାଶ, ସମସ୍ତ ମେଡିକାଲ୍‌ କର୍ମଚାରୀଙ୍କ ସହ ନିଷ୍ଠାର ଉପଦେଷ୍ଟା ଆଶିଷ କର, ଜିତୁ ମହାପାତ୍ର, ଅଶ୍ୱିନୀ ତ୍ରିପାଠୀ, କ୍ଷିରୋଦ୍ର ସାହୁ, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ ଓ ଅନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ପରିଶେଷରେ ରକ୍ତଦାନ ଶିବିର ଆୟୋଜନ ପାଇଁ ଆଦାନୀ ଫାଉଣ୍ଡେସନ୍‌କୁ ନିଷ୍ଠା ପରିବାର ତରଫରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

jayashree
Leave A Reply

Your email address will not be published.