pakka

ବିରଳ ବର୍ଗର ରକ୍ତଦାନ କଲେ ରତ୍ନମଞ୍ଜରୀ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଗ୍ରୀଷ୍ମପ୍ରବାହରେ ପ୍ରାୟତଃ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହେଉଛି । ସାଧାରଣତଃ ସାଧାରଣ ବର୍ଗର ରକ୍ତ ପାଇବା ପାଇଁ ମଧ୍ୟ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୮ ଶହରୁ ଏକ ହଜାର ୟୁନିଟ ରକ୍ତ ଗଚ୍ଛିତ ରଖିବାର କ୍ଷମତା ରଖିଥିବା ବରଗଡ଼ ତଥା ବୁର୍ଲା ଭଳିଆ ବଡ଼ ବଡ଼ ରକ୍ତ ଭଣ୍ଡାରରେ ବର୍ତ୍ତମାନ ରକ୍ତର ପରିମାଣ ସମୁଦାୟ ୧୦ ୟୁନିଟ୍‌ ତଳକୁ ଖସି ଆସିଛି । ଏଭଳି ଏକ ସଙ୍କଟ ସମୟରେ ବରଗଡ଼ ସହରରେ ରହିଥିବା ଏକ ଘରୋଇ ଚିକତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ପ୍ରସୂତି ମହିଳାଙ୍କ ଏ ନେଗେଟିଭ୍‌ ବର୍ଗର ରକ୍ତର ଆବଶ୍ୟକତା ରହିଥିବା ବେଳେ ପରିବାର ଲୋକେ ରକ୍ତ ନପାଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସମ୍ପାଦକ ଜି. ରମେଶ ଖବର ପାଇବା ପରେ ଏ ନେଗେଟିଭ ରକ୍ତଦାତା ଶ୍ରୀମତୀ ରତ୍ନମଞ୍ଜରୀ ପଣ୍ଡାଙ୍କ ସହିତ ଯୋଗାଯୋଗ କରିଥିଲେ । ଶ୍ରୀମତୀ ପଣ୍ଡାଙ୍କ କୌଣସି ସମ୍ପର୍କ ନଥାଇ ମଧ୍ୟ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ ଓ ବରଗଡ଼ ରକ୍ତ ଭଣ୍ଡାରକୁ ଆସି ନିଜର ବହୁମୂଲ୍ୟ ରକ୍ତଦାନ କରି ଚିକିତ୍ସିତ ପ୍ରସୂତି ମହିଳାଙ୍କ ଜୀବନ ବଞ୍ଚାଇଥିଲେ । ଶ୍ରୀମତୀ ପଣ୍ଡାଙ୍କ ମହତପଣିଆ ପାଇଁ ସଂକଳ୍ପ ପରିବାର ତରଫରୁ ତାଙ୍କୁ ପ୍ରଶଂସା କରିବା ସହିତ ସମସ୍ତ ରକ୍ତଦାତମାନଙ୍କୁ ସ୍ୱେଚ୍ଛାକୃତ ରକ୍ତଦାନ କରି ରକ୍ତ ଅଭାବକୁ ଦୂର କରିବା ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

5 + 18 =