pakka

ମୁରିବାହାଲରେ ବିଜେଡ଼ି ପକ୍ଷରୁ ବ୍ଲକସ୍ତରୀୟ ନିର୍ବାଚନ କାର୍ଯ୍ୟାଳୟ ଉଦ୍‌ଘାଟିତ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀସ୍ତରୀୟ ବରିଷ୍ଠ ବିଜେଡି ନେତୃବୃନ୍ଦଙ୍କ ଉପସ୍ଥିତିରେ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଓ ବିଜେଡ଼ି ରାଜ୍ୟ ସମ୍ପାଦକ ହଂସରାଜ ଜୈନଙ୍କ ଅଧ୍ୟକ୍ଷତାରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମୁରିବାହାଲ ବ୍ଲକସ୍ତରୀୟ ଏକ ବିଜେଡି କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ ସ୍ଥାନୀୟ ହାଇସ୍କୁଲ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ହୋଇଥିବା ହେତୁ ବହୁ ଉତ୍ସାହର ସହିତ କାର୍ଯ୍ୟାଳୟ ଶୁଭ ଉଦ୍‌ଘାଟନ କରାଯାଇଥିଲା । ଏଥର ଯୋଡି ଶଙ୍ଖକୁ ଭୋଟ ଦେବା ପାଇଁ ଏହି କାର୍ଯ୍ୟାଳୟ ମାଧ୍ୟମରୁ ସମଗ୍ର ବ୍ଲକ ଅଞ୍ଚଳକୁ ପ୍ରଚାର ପ୍ରସାର ପାଇଁ ଯୋଡ଼ା ଯିବାର ନିଷ୍ପତ୍ତି ନିଆଯାଇ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରାଯାଇଥିଲା । କଣ୍ଟାବାଞ୍ଜି ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଲାଙ୍ଗିର ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ବିପୁଳ ପରିମାଣର ଭୋଟରେ ବିଜୟୀ କରିବାର ସଂକଳ୍ପ ନେଇ ପୂର୍ବରୁ ଏକ ଶୋଭାଯାତ୍ରା କରାଯାଇ ବିଜେଡି କାର୍ଯ୍ୟାଳୟ ଉଦ୍‌ଘାଟନ କରାଗଲା । ଏହି ଉଦ୍‌ଘାଟନୀ ସଭାରେ ବଲାଙ୍ଗିର ଜିଲ୍ଲା ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀ, ବିଜେଡି ଯୁବନେତା ଗିରିରାଜ ସିଂ ମାଝୀ, ବରିଷ୍ଠ ବିଜେଡି ନେତା ଉଦ୍ଧବ ବେହେରା, ବରିଷ୍ଠ ବିଜେଡି ନେତା ଉମାକାନ୍ତ ସାହୁ, ଦିଲିପ କୁମାର ପୃଷ୍ଟି, ଶ୍ରୀମତୀ ସୁନ୍ଦରମତୀ ବାଗ, କାର୍ତ୍ତିକ ପଧାନ, ଅରୁଣ ସିଂ ଭୋଇ, ଅଗସ୍ତି ବାଗ, ଡ଼ିଲୁ ପଟ୍ଟନାୟକ, ଦିଲିପ ମହାନନ୍ଦ, ଅଶ୍ୱିନୀ ମାଝୀ, ଯୁଧିଷ୍ଠିର ଭରାସଗରିଆ, ଘାଟୁ ପାଣିଗ୍ରାହୀ, ପୁର୍ଣ୍ଣ ସାହୁ, କଶ୍ୟପ ସରାଫ, ଘାସିରାମ ବେହେରା, ନୀଳାମ୍ବର ମହାନ୍ତି, ପିଣ୍ଟୁ ଦୀପ, ବରୁଣ ଲୁହା, ତପନ ଦୀପଙ୍କ ସହିତ ଶହ ଶହ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଜେଡ଼ିର ସମସ୍ତ ଦଳୀୟ କର୍ମୀ ଏକ ହୋଇ ଆଗାମୀ ଦିନରେ ଯୋଡ଼ି ଶଙ୍ଖକୁ ବିଜୟୀ କରିବାକୁ ସଂକଳ୍ପ ନେଇଥିବା ଶ୍ରୀ ଜୈନ ଦମ୍ଭୋକ୍ତି ପ୍ରକାଶ କରିଥିଲେ ।

Leave A Reply

Your email address will not be published.

1 × two =