pakka

ଭାରତୀୟ ଜନତା ପାର୍ଟିର ବିଶାଳ ଶୋଭାଯାତ୍ରା ସହ ସହର ପରିକ୍ରମଣ ଏକ ଚର୍ଚ୍ଚାର ବିଷୟ

bbehera
  • ଭାଜପା ପକ୍ଷରୁ ଡ଼. ପ୍ରଦୀପ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ନାୟକଙ୍କ ପ୍ରାର୍ଥୀ ପତ୍ର ଦାଖଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡି) : ଭାରତୀୟ ଜନତା ପାର୍ଟି ତରଫରୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼. ପ୍ରଦୀପ ପାଣିଗ୍ରାହୀ ଏବଂ ଛତ୍ରପୁର ବିଧାନସଭା ପାର୍ଥି କୃଷ୍ଣଚନ୍ଦ୍ର ନାୟକ ନିଜ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସି ଗୁରୁବାର ପାର୍ଥିପତ୍ର ଦାଖଲ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପରିଷଦ ଭବନରେ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୃଷ୍ଣଚନ୍ଦ୍ର ନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ମଧ୍ୟାହ୍ନରେ ଶ୍ରୀ ପାଣିଗ୍ରାହୀ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ସହ ବ୍ରହ୍ମପୁର କୋର୍ଟପେଟା ଛକଠାରୁ ବାହାରି ଛତ୍ରପୁରରେ ପହଞ୍ଚିବା ପରେ ଛତ୍ରପୁର ବିଧାନସଭା ପାର୍ଥି କୃଷ୍ଣଚନ୍ଦ୍ର ନାୟକଙ୍କ ସମର୍ଥକମାନେ ଭବ୍ୟ ଡ଼. ପ୍ରଦୀପ ପାଣିଗ୍ରାହୀ, ଏବଂ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହା ପରେ ଉଭୟଙ୍କ ମିଳିତ ଭୋଟ୍‌ ପ୍ରଚାର ସ୍ୱରୂପ ହଜାର ହଜାର ସମର୍ଥକଙ୍କ ଗହଣରେ ବିରାଟ ପଟୁଆର ବାଇକ ରାଲିରେ ଛତ୍ରପୁର ସହର ପରିକ୍ରମା କରିଥିଲେ । ପାଖାପାଖି ୧୫ ହଜାରରୁ ଅଧିକ ଲୋକ ଏହି ରାଲିରେ ସାମିଲ ହୋଇଥିବା ଦେଖିବକୁ ମିଳିଛି । ଛତ୍ରପୁର ପୁତିଗୋପାଳପୁର ଠାରୁ ମଝି-ବଜାର, ବଡ଼ବଜାର ରିକାପଲ୍ଲୀ ଦେଇ ଭାଜପାର ଏହି ରାଲି ସହର ପରିକ୍ରମା କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ମୂଳମନ୍ତ୍ରକୁ ନେଇ ଭାରତୀୟ ଜନତା ପାର୍ଟି ନିର୍ବାଚନ ଲଢ଼ିବ । ଗତ ଦଶ ବର୍ଷର ବିଶ୍ଵସନୀୟତା ଏବଂ ଆଗାମୀ ପାଞ୍ଚ ବର୍ଷରେ ଦେଶର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରି ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସଂକଳ୍ପ ନେଇଛନ୍ତି, ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟିକୁ ବିଶ୍ୱାସକୁ ନେଇ ବିକଶିତ ଭାରତରେ ଗଞ୍ଜାମରେ ସାମିଲ୍ କରିବାକୁ ଏଥର ଗଞ୍ଜାମବାସୀ ମନ ବଳେଇ ସାରିଛନ୍ତି । ଏଣୁ ବ୍ରହ୍ମପୁର ଏବଂ ଛତ୍ରପୁର ବାସୀ ଭାରତୀୟ ଜନତା ପାର୍ଟିର ଉଭୟ ବ୍ରହ୍ମପୁର ସାଂସଦ ଏବଂ ଛତ୍ରପୁର ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼. ପ୍ରଦୀପ ପାଣିଗ୍ରାହୀ କହିଛନ୍ତି । ଏହି ଅବସରରେ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ, ବିଜେପିର ଦିଗପହଣ୍ଡି ପାର୍ଥି ସିଦ୍ଧାନ୍ତ ମହାପାତ୍ର, ଗୋପାଳପୁର ବିଧାୟକ ପାର୍ଥି ବିଭୁତି ଜେନା, ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା, ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ, ବରିଷ୍ଠ ନେତା କାମନା ପାଢ଼ୀ, ପୀତବାସ ପଣ୍ଡା, ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମପ୍ରସାଦ ସାମଲ, ଚିନ୍ମୟାନନ୍ଦ ମହାରାଜ, ବରିଷ୍ଠ ନେତା ପ୍ରଶାନ୍ତ ନାୟକ, ବନମାଳି ସେଠୀ, ପଦ୍ମଚରଣ ସାହୁ, ଧର୍ମା ରେଡ୍ଡି, ବ୍ରଜମୋହନ ଆଚାର୍ଯ୍ୟ ପ୍ରମୁଖଙ୍କ ସମେତ ହଜାର ହଜାର ଦଳୀୟ କାର୍ଯ୍ୟକର୍ତ୍ତା, ନେତା କର୍ମୀ ଏବଂ ସମର୍ଥକ ଏହି ବିଶାଳ ରାଲିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

fifteen − fifteen =