pakka

ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସାରସ୍ୱତ ସମାରୋହ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଇତିହାସ ପ୍ରସିଦ୍ଧ ଘୋରଡ଼ିଆ ଦୟାଣାଚୋରି ଯାତ୍ରା ମେଳଣ ମହୋତ୍ସବ ଅବସରରେ ମେକ୍ ଇନ୍‌ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ଓ଼ ଜଳନ୍ଧର ସ୍ମୁତି ସାହିତ୍ୟ ପ୍ରତିଷ୍ଠାନ, ଘୋରଡ଼ିଆ ଆନୁକୂଲ୍ୟରେ ୯ମ ବାର୍ଷିକ ଦୟଣାଚୋରି ସାହିତ୍ୟ ଆସର -୨୦୨୪ ଦୟଣାଚୋରି ଲୋକ ମହୋତ୍ସବ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଧାଉଡ଼ିଆଙ୍କ ପୌରହିତ୍ୟରେ ଆୟୋଜିତ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ଡକ୍ଟର ହେମନ୍ତ କୁମାର ଛୋଟରାୟ, ସମ୍ମାନିତ ଅତିଥି ଭାବେ ବିଶ୍ୱମୁକ୍ତିର ସମ୍ପାଦକ ପ୍ରଫେସର ଶାଶଙ୍କ ଶେଖର ଚୂଡ଼ାମଣି, ମାଟିର ମହକ ତଥା ନିମାଇଁ ସାହିତ୍ୟ ସଂସଦର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ବରିଷ୍ଠ କୃଷି ବୈଜ୍ଞାନିକ ଅଦୈତ୍ୟ ପ୍ରସାଦ ପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ବରିଷ୍ଠ କବି ବିପିନି ବିହାରୀ ଦଳେଇ, ସମାଜସେବୀ ରମେଶ ଚନ୍ଦ୍ର ପାଟଶାଣି, ପ୍ରକାଶ ଚନ୍ଦ୍ର ପାତ୍ର, ଉପଦେଷ୍ଟା ରମେଶ ଚନ୍ଦ୍ର ସ୍ୱାଇଁ, ବିଶ୍ୱ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ କବି କବୟିତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଦୟଣାଚୋରି ଯାତ୍ରାର ଐତ୍ୟହ, ପରମ୍ପରା ଓ଼ କଳା ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଏହି ଆସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ କବି କବୟିତ୍ରୀ ଯୋଗ ଦେଇଥିଲେ । କବି , ରୋହିତ ଚମ୍ପତ୍ତି, ପ୍ରଭାସ ଚନ୍ଦ୍ର ମହାପାତ୍ର, ଦୂତ୍ତିକୃଷ୍ଣ ମହାନ୍ତି, ସମ୍ପଦ ବେହେରା, ଅଭୟ ଚରଣ ସାହୁ, ଶରତ ରାଉତ, ଅଧିକାରୀ ସ୍ୱାଇଁ, ଜିତେନ୍ଦ୍ର କୁମାର ପେଣ୍ଠଆଇଁ, ରବୀନ୍ଦ୍ରନାଥ ଷଡ଼ଙ୍ଗୀ, କିଶୋର କୁମାର ଜେନା, ପ୍ରମୋଦ କୁମାର ଜେନା, କବୟିତ୍ରୀ ସରୋଜିନୀ ଜେନା, ଆଦ୍ୟାଶା ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ବେଣୁଧର ବେହେରା, ଗଙ୍ଗାଧର ଓଝା, କବୟିତ୍ରୀ ମଲ୍ଲୀକା ସିଂହ, ଗୀତାଞ୍ଜଳି ମହାପାତ୍ର, ନଳିନୀପ୍ରଭା ପଟ୍ଟନାୟକ, ଅଭିପ୍ସା ପ୍ରିୟଦର୍ଶିନୀ, ମିଲିନା ସାହୁ, ସଞ୍ଜୟ କୁମାର ଦାସ ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତା ଆବୃତି କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ, ସମସ୍ତ କବି କବୟିତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ, ପରେ ବନ୍ଦେ ଉତ୍କଳ ଜନନୀ ଜ୍ଞାନ, ସ୍ୱାଗତ ସଂଙ୍ଗୀତ, ଦେଶାତ୍ମକ ସଙ୍ଗୀତ, ସମ୍ବଲପୁରୀ ଓ଼ ନୃତ୍ୟ ଗୀତ କୁନିକୁନି ପିଲାଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଡକ୍ଟର ହେମନ୍ତ କୁମାର ଛୋଟରାୟଙ୍କୁ ଚଳିତ ବର୍ଷ ଦୟାଣାଚୋରି ଶ୍ରେଷ୍ଠ କବି ରତ୍ନ ସମ୍ମାନ -୨୦୨୪, ଲଷ୍ମୀପ୍ରିୟା ଦାଶଙ୍କୁ ଦୟାଣାଚୋରି ସାରସ୍ୱତ ସମ୍ମାନ, ଅନାମ ମଲ୍ଲିକଙ୍କୁ ଦୟଣାଚୋରି ଗାନ୍ଧୀ ସ୍ୱାଭିମାନ ସମ୍ମାନ, ରମେଶଚନ୍ଦ୍ର ସ୍ୱାଇଁଙ୍କୁ ଯଶସ୍ୱୀ କବି ସମ୍ମାନ, ସମ୍ପଦ କୁମାର ରଥଙ୍କୁ ଦୟାଣାଚୋରି ଶ୍ରେଷ୍ଠ ସାରସ୍ୱତ ସମ୍ମାନ, ରୋହିତ ଚମ୍ପତ୍ତିଙ୍କୁ ଦୟାଣାଚୋରି କବି ଗୌରବ ସମ୍ମାନ, ନିରଞ୍ଜନ ନାୟକଙ୍କୁ ଦୟାଣାଚୋରି କବି ଶେଖର ସମ୍ମାନ ଏହିପରି ୧୨ ଜଣଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କବି କବୟିତ୍ରୀଙ୍କ କବିତାର ସାରାଂଶକୁ ଅତିସୁନ୍ଦର ଭାବେ ସମୀକ୍ଷା କରିଥିଲେ କବି ସମ୍ପଦ ବେହେରା । କବିତା ସଂଯୋଜନା କରିଥିଲେ ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ଓ଼ ସରୋଜିନୀ ଜେନା । କାର୍ଯ୍ୟକ୍ରମର ସଫଳତା ପାଇଁ ଶେଷରେ ଉପଦେଷ୍ଟା ରମେଶଚନ୍ଦ୍ର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ସ୍ୱର୍ଗତ ବିପ୍ଲବୀ କବି ସୁଦର୍ଶନ ପ୍ରଧାନ ଓ଼ ବ୍ୟଙ୍ଗକବି ଶରତ ଚନ୍ଦ୍ର ପାଇକରାୟଙ୍କ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.

nine − seven =