pakka

ବିରଳ ବର୍ଗର ରକ୍ତଦାନ କରି ଜୀବନ ବଞ୍ଚାଇଲେ ଦୟାସାଗର

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସୋମବାର ଦିନ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ସୋନପୁର ଜିଲ୍ଲା ତରଭା ବ୍ଲକ୍ ଜୁରାବନ୍ଧ ଗାଁର କାର୍ତ୍ତିକ ବାଗଙ୍କୁ ଏକ ବିରଳ ବର୍ଗର ଓ ନେଗେଟିଭ ରକ୍ତ ଦରକାର ପଡିଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିଲା । ଏହି ଖବର ପାଇବା ପରେ ଦେଓଗାଁ ବ୍ଲକର ସ୍ୱେଚ୍ଛାସେବୀ ନିତ୍ୟାନନ୍ଦ ଷଡ଼ଙ୍ଗୀଙ୍କ ସହ ଗୁଡ଼ଭେଲା ବ୍ଲକ୍ ନଅଗାଁ ଗାଁର ଦୟାସାଗର ଷଡ଼ଙ୍ଗୀ ହସପିଟାଲରେ ପହଞ୍ଚି ରକ୍ତଦାନ କରିଥିଲେ । ଏହି ରକ୍ତଦାନ କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇଥିବାରୁ ଶ୍ରୀ ଷଡ଼ଙ୍ଗୀଙ୍କୁ ବିଭିନ୍ନ ମହଲରେ ପ୍ରସଂଶାର ସୁଅ ଛୁଟିଛି ।

Leave A Reply

Your email address will not be published.

eighteen + 4 =