pakka

ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ବଲାଙ୍ଗିର ଶ୍ରେଷ୍ଠ ସାଂଗଠନିକ ଜିଲ୍ଲା ଓ ଅଙ୍କିତ ସାହୁ ଶ୍ରେଷ୍ଠ ସଭାପତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟଠାରେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ କମିଟି (ଏନଏସ୍‌ୟୁଆଇ)ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ସଭାପତି ୟାସିର ନୱାଜଙ୍କ ସଭାପତିତ୍ୱରେ ଅୟୋଜିତ ଏହି ସଭାରେ ବଲାଙ୍ଗିର ଜିଲ୍ଲାକୁ ଛାତ୍ର ସଂଗଠନ କ୍ଷେତ୍ରରେ ଶ୍ରେଷ୍ଠ ଜିଲ୍ଲା ଓ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କୁ ସାରା ରାଜ୍ୟରେ ଶ୍ରେଷ୍ଠ ସଭାପତି ଭାବେ ଘୋଷଣା କରାଯାଇଥିଲା । ପ୍ରଦେଶ ସଭାପତି ଶ୍ରୀ ନୱାଜ ଅଙ୍କିତ ସାହୁଙ୍କୁ ଏକ ଟ୍ରଫୀ ପ୍ରଦାନ କରିବା ସହିତ କୋଭିଡ ସମୟରେ ଲୋକଙ୍କ ପାଇଁ ଅଥକ ପ୍ରୟାସକୁ ନେଇ ଖୁବ ପ୍ରସଂଶା କରିଥିଲେ । ଯଦି ଛାତ୍ର କଂଗ୍ରେସ ଏହି ଭଳି ଛାତ୍ର ଯୁବକ କୃଷକ ଶ୍ରମିକର ସମସ୍ୟାକୁ ନେଇ ଲଢେଇ ଜାରି ରଖିବାକୁ ସଫଳ ହେବ, ତେବେ ଦେଶବାସୀଙ୍କ ମନରେ ପୁଣୀ କଂଗ୍ରେସ ସ୍ଥାନ ପାଇ ପାରିବ ବୋଲି ଶ୍ରୀ ନୱାଜ ମତବ୍ୟକ୍ତ କରିଥିଲେ । ଏହି ସଭାରେ କଟକ ଜିଲ୍ଲା ସଭାପତି ମାନସ ଚୌଧୂରୀ, ପୁର୍ବତନ ବାଙ୍କି ବିଧାୟକ ଦେବାଶିଷ ପଟ୍ଟନାୟକ, ପିସିସି ସାଧାରଣ ସଂପାଦକ ରଜତ ଚୌଧୂରୀ, ରାଷ୍ଟ୍ରୀୟ ସଂପାଦକ ତଥା ଓଡିଶା ପ୍ରଭାରୀ ଅନୁଲେଖା ବୋଶା ପ୍ରମୁଖ ମଞ୍ଚସୀନ ଥିଲେ । ଏହି ଅବସରରେ ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର, ରାଷ୍ଟ୍ରୀୟ ସଭାପତି ନିରଜ କୁନ୍ଦନ, ଓଡିଶା ପ୍ରଭାରୀ ଅନୁଲେଖା ବୋଶା ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

two × 1 =