ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ମୋ’ ପରିବାର ଓ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟ ତରଫରୁ ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ମହତଦାନ ଉପରେ ଆଲୋଚନା କରି ଏହା କିପରି ଅନ୍ୟମାନଙ୍କର ଜୀବନ ରକ୍ଷାରେ ସହାୟକ ହୁଏ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟର ଏନ୍ଏସ୍ଏସ୍ର କର୍ମକର୍ତ୍ତା ହରିଶ ଚନ୍ଦ୍ର ମିଶ୍ର, ସୁବାସ ଚନ୍ଦ୍ର ସାମଲ, ବିଭିନ୍ନ ବିଭାଗରୁ ବିନୟ କୁମାର ସାହାଣୀ, ପ୍ରଦୀପ କୁମାର ମହାନ୍ତି, ଦିପ୍ତୀମୟୀ ମହାପାତ୍ର, ରଜନୀକାନ୍ତ ମିଶ୍ର, ରଞ୍ଜିତ ପ୍ରସାଦ ପଲେଇ, ଅଜୟ କୁମାର ସୁନ୍ଦରରାୟ, ଜ୍ୟୋତିଷ କୁମାର ଦାସ ଓ ସ୍ଵେଚ୍ଛାସେବୀ ଛାତ୍ର ସର୍ବଶ୍ରୀ ଲକି ମିଶ୍ର, ଆକାଶ ମାଝୀ, ଆଶୁତୋଷ ସେଠୀ, ଦୀପକ ଯାଦବ, ନୀତିଶ ଜୟସ୍ଵାଲ, ସେଯମ୍ୟରଞ୍ଜନ ସାହୁ, ବିବେକ ମହାକୁଡ଼, ସୁଶାନ୍ତ ପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ରକ୍ତଦାନ କରିଥିଲେ । ରାଉରକେଲା ସରକାରୀ ଡାକ୍ତରଖାନାର ରକ୍ତଦାନ ୟୁନିଟ୍ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୭ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା ।
Prev Post