ଦେଶବ୍ୟାପୀ ବୃହତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଚଳିତ ମାସ୨୩ ତାରିଖରେ ଶହୀଦ ଭଗତସିଂ, ସୁଖଦେବ ଓ ରାଜଗୁରୁଙ୍କ ବଳିଦାନ ଦିବସ ଉପଲକ୍ଷେ ଏକ ବୃହତ ରକ୍ତଦାନ ଶିବିର ଭାରତର ୬ଶହ ସହରରେ ଏକକାଳୀନ ଅନୁଷ୍ଠିତ ହେବ । ହରିୟାଣାର ନିଫା ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସମ୍ବେଦନା ନାମକ ବୃହତ କାର୍ୟ୍ୟକ୍ରମ ମାଧ୍ୟମରେ ପ୍ରାୟ୧୫୦୦ କେନ୍ଦ୍ରରେ ୯୦ ହଜାର ୟୁନିଟ ରକ୍ତ ସଂଗ୍ରହ ହେବାର ଲକ୍ଷ୍ୟ ରଖାଯାଇଛି । ଆନ୍ତର୍ଜାତିକ ରକ୍ତ ଏବଂ ପ୍ଳାଜମା ଦାନ ସଚେତନତା ଅଭିଯାନ କ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଓ ନିର୍ଝରିଣୀ, କଣ୍ଟାବାଞ୍ଜିର ମିଳିତ ସହଯୋଗରେ କଣ୍ଟାବାଞ୍ଜି ସ୍ଥିତ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରରେ ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଶିବିର ଚାଲିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରକୃତିବନ୍ଧୁ ତଥା ଜୁନିଅର ରେଡ଼କ୍ରସର କାଉନସେଲର ବିରଞ୍ଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ସ୍ଥାନୀୟ ହରିଭବନ ଠାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଶ୍ରୀ ଦାଶ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ବୈଠକରେ ଅଧିବକ୍ତା ସତ୍ୟ ନାରାୟଣ ରାଏ, ପ୍ରେମରାଜ ପାଣିଗ୍ରାହୀ, ସତ୍ୟ ପ୍ରକାଶ ସାହୁ, ବିକାଶ ବର୍ଗେ, ଦୀନେଶ ମହାନନ୍ଦ, ସପ୍ତମ କିଶୋର ବେହେରା, ଥମିର ଛତ୍ରିଆ, ବିମଳ କୁମାର ହାତୀ, ତରୁଣ ବାରିକ, ଲୋଚନ ବାରିକ, ବୁଠି ବାରିକ,ରବିନାରାୟଣ ତ୍ରିପାଠୀ, ଲକ୍ଷ୍ମଣ ରାଉତରାୟ, ରମେଶ ବାରିକ, ଉମେଶ ବେହେରା, ସମେତ ପ୍ରେସ କ୍ଳବ, ସାମ୍ବାଦିକ ସଂଘ, ବାରିକ ସଂଘ, ମାଳି ସମାଜ, ହେମାଳ ସଂଘ, କନିଷ୍ଠ ଶିକ୍ଷକ ସଂଘ, ଏକ୍ସ କେଡର ଶିକ୍ଷକ ସଂଘ, ନୂତନ ପେନସନ ଧାରୀ ପ୍ରାଥମିକ ଶିକ୍ଷକ ସଂଘ, ବ୍ରାହ୍ମଣ ସମାଜ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମକର୍ତ୍ତା ମାନେ ସାହାଯ୍ୟ ସହଯୋଗ କରିବାକୁ ସହମତି ପ୍ରଦାନ କରିଥିଲେ । ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା।

jittmm
Leave A Reply

Your email address will not be published.