pakka

ମହା ଶିବରାତ୍ରିରେ ନିଷ୍ଠା ପରିବାରର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମ ଗ୍ରାମର ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ୱର ପୀଠ ଠାରେ ପବିତ୍ର ମହା ଶିବରାତ୍ରି ଅବସରରେ ନିଷ୍ଠା ପରିବାର ଦ୍ୱାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ବରଗଡ ସଦର ଆଇଆଇସି ସ୍ୱପ୍ନାରାଣୀ ଗୋଚ୍ଛାୟତ ଓ ଗାଇସୀମା ମେଡିକାଲ ଅଫିସର (ଆୟୁର୍ବେଦିକ) ଡାକ୍ତର ଅଜିତ ଦରଜି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତାକାଟି ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ମୋଟ ୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିରକୁ ନିଷ୍ଠା ପରିବାର ଉପଦେଷ୍ଟା ପୂର୍ଣଚନ୍ଦ୍ର ତ୍ରିପାଠୀ, ଦୁର୍ବାଦଳ ଷଡଙ୍ଗୀ, ଖଗେଶ୍ୱର ସାହୁ ସଭାପତି ରକ୍ଷପାଳ ସାହୁ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁଙ୍କ ସମେତ ମହିଳା ଶାଖାର ତ୍ରିପୁରା ସୁହୁଲା, ରୀନା ମହାରଣା ଏବଂ ନିଷ୍ଠାର ସଦସ୍ୟ ଓ ସଦସ୍ୟା ମାନେ ପରିଚାଳନାରେ ସହଯୋଗ କରିଥିଲେ । ବିଶେଷ କରି ଗାଇସୀମାର ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରି ଶିବିରକୁ ସଫଳ କରିଥିଲେ ।

jay balangir
Leave A Reply

Your email address will not be published.

fifteen − thirteen =