pakka

ରାଜବୋଡାସମ୍ବର ବ୍ଲକ ଜୋନ ନଂ ୩ରେ ମକରଧ୍ୱଜ ବଗାର ଜିଲ୍ଲାପରିଷଦ ସଭ୍ୟ ଭାବେ ନିର୍ବାଚିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଳକର ୩ ନଂ ଜୋନରେ ଭାରତୀୟ ଜନତା ପାର୍ଟିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ରୂପେ ଛିଡ଼ା ହୋଇଥିବା ମକରଧ୍ୱଜ ବଗାର ବହୁ ଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀମତୀ ସଂଯୁକ୍ତା ମାଝୀ ବିଜୁଜନତା ଦଳ ପକ୍ଷରୁ ଛିଡା ହୋଇ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ । ଶ୍ରୀ ବଗାର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀମତୀ ମାଝୀଙ୍କୁ ୩୦୭୯ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ସେ ନିଜେ ସମୁଦାୟ ୧୩୧୮୩ ଖଣ୍ଡ ଭୋଟ ସାଉଁଟିବାରେ ସଫଳତା ଲାଭ କରିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀମତୀ ସଂଯୁକ୍ତା ମାଝୀ ୧୦୧୦୪ ଖଣ୍ଡ ଭୋଟ ପାଇଥିଲେ । ଶ୍ରୀ ବିଗାର ଏ ବିଜୟର ଶ୍ରେୟ ସଂପୃକ୍ତ ଜୋନର ଜନସାଧାରଣ ଏବଂ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଦେଇଛନ୍ତି । ଶ୍ରୀ ବଗାର ବରଗଡ ଜିଲ୍ଲା ତଥା ବଲାଙ୍ଗିର ଜିଲ୍ଲାର ଜଣେ ଜଣାଶୁଣା ସାମ୍ବାଦିକ ଭାବେ ବେଶ ପରିଚିତ । ସେ ସମାଜ ଏବଂ ଦିନଲିପିରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ରକୁ ସମ୍ବାଦ ପରିବେଷଣ କରୁଛନ୍ତି । ତାଙ୍କ ସମ୍ପାଦନା ଏକ ସାପ୍ତାହିକ ସମ୍ବାଦପତ୍ର “ଗନ୍ଧମାର୍ଦ୍ଦନ” ପ୍ରକାଶ ପାଇ ଆସୁଛି । ୨୦୧୨ ମସିହାରେ ସେ ଦହିତା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଅନେକ ଉନ୍ନୟନ କାର୍ଯ୍ୟ କରି ବେଶ ପ୍ରଶଂସିତ । ଶ୍ରୀ ବଗାର ଆର୍‌ଏସ୍‌ଏସ୍‌ରେ ସଭ୍ୟ ଭାବେ ଜଡିତ ଥାଇ ୧୯୯୫ ମସିହାରେ ବିଜେପିର ସକ୍ରିୟ ସଦସ୍ୟ ଭାବରେ ପଞ୍ଚାୟତ ସଭାପତି, ଯୁବମୋର୍ଚ୍ଚା ବ୍ଳକ ସାଧାରଣ ସମ୍ପାଦକ, ମଣ୍ଡଳ ଉପସଭାପତି ଭାବେ ଖୁବ୍ ସୁନ୍ଦର ଭାବେ ସୁଚାରୁରୂପେ ଦାୟିତ୍ଵ ସମ୍ପାଦନା କରିଛନ୍ତି । ଏତତ୍‌ ବ୍ୟତୀତ ଯାଦବ ସମାଜର ସେ ବ୍ଲକ ପ୍ରଚାର ଓ ପ୍ରସାର ଗୁରୁ ଦାୟିତ୍ୱ ତୁଲାଇ ଆସୁଛନ୍ତି । ସେ ନିର୍ବାଚିତ ହେଲା ପରେ ଅଞ୍ଚଳର ଲୋକଙ୍କ ସମସ୍ୟା, ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ରାସ୍ତାଘାଟ ପ୍ରଭୃତି କାମ ଉପରେ ବିଶେଷ ଧ୍ୟାନ ଦେବି ବୋଲି ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

6 + 7 =