csstore

ଆକାଶ ମୋଟର୍ସ ଓ ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱର୍ଗତ କିଶନଲାଲ ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆକାଶ ମୋଟର୍ସ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ହିରୋ ସୋ ରୁମ ବରଗଡ଼ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ସୋରୁମର ତତ୍ୱବଧାରକ ଆକାଶ କୁମାର ଅଗ୍ରୱାଲ ଫିତା କଟି ଉଦ୍‌ଘାଟନ କରିଥିଲେ । ଶିବିର ପରିଚାଳନାରେ ବାବଲୁ ସାହୁ, ବସନ୍ତ ସାହୁ, ସଂଗ୍ରାମ ତ୍ରିପାଠୀ ନିଷ୍ଠା ପରିବାରର ସହ ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଲବ ସାହୁ, ସଂକେତ ଆଠଘରା, ସ୍ଵସ୍ତିକ ଦାଶଙ୍କ ସହ ମହିଳା ଶାଖାର ତ୍ରିପୁରା ଶୁହୁଲା, ରିନା ମହାରଣା ପ୍ରମୁଖ ସହଯୋଗ କରିଥିଲେ । ଏହି ଶିବିରରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ୍ ୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଶିବିର ଆୟୋଜନ ପାଇଁ ଆକାଶ କୁମାର ଅଗ୍ରୱାଲଙ୍କୁ ନିଷ୍ଠା ପରିବାର ତରଫରୁ ଏକ ମେମୋଣ୍ଟମ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

jayashree
Leave A Reply

Your email address will not be published.