csstore

ଶହୀଦ ଯବାନଙ୍କ ସ୍ମୃତିରେ ରକ୍ତଦାନ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଛତିଶଗଡ଼ ବିଜାପୁର ଠାରେ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ଯବାନ ମାନଙ୍କ ବଲା‌ଙ୍ଗିର ଜିଲ୍ଲା ଲୋଇସିଂହା ଷ୍ଟାଡିୟମ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବଣିକ ସଙ୍ଘ, ସୈନିକ ସଙ୍ଘ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଓ ସଂକଳ୍ପ ପରିବାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ମୋଟ ୩୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଲୋଇସିଂହା ସିଏଚସିର ଡା ଯଶୋବନ୍ତ ପାଢ଼ୀ ଓ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସୋମନାଥ ମିଶ୍ର ଯୋଗ ଦେଇଥିଲେ । ଶିବିର ଆୟୋଜନରେ ସୈନିକ ସଙ୍ଘର ସଭାପତି ଚତୁର ଦଳେଇ, ସମ୍ପାଦକ ନଜୁ ଖାନ, ସଂକଳ୍ପ ପରିବାରର ଅଭିଳାଷ ହୋତା, ରବୀନ୍ଦ୍ର ନାୟକ, ବଣିକ ସଙ୍ଘ ସଭାପତି ମୋହିତ ମିଶ୍ର, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ଅଜୟ ବେହେରା, ସମ୍ପାଦକ ରାକେଶ ଅଗ୍ରୱାଲ, ରଶ୍ମିରଞ୍ଜନ ପଧାନ, ସୁଶୀଲ ବିଶ୍ୱାଳ, ଭାଗବତିଆ ଭୋଇ, ରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ । ବଲା‌ଙ୍ଗିର ରକ୍ତଭଣ୍ଡାରର ଅସରଫ ଅଲ୍ଲୀ, ରଞ୍ଜନ ବରାଡ଼, ବିପିନ ମହାରଣା, ରଞ୍ଜିତ ବେଉରା, କେଶବ ସାଣ୍ଢ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.