pakka

ରକ୍ତଦାନ କଲେ ଜିଲ୍ଲା ଯୁବ କୁଲୁତା ସମାଜର ତିନି ସଦସ୍ୟ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗ୍ରାମର ଉମାରାଣି ଗଡତ୍ୟା (୩୨) ଡେଲିଭରି ସମସ୍ୟା ହେତୁ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ଶରୀରରେ ରକ୍ତର ପରିମାଣ କମିବାରୁ ସେ ବଲାଙ୍ଗିର ଜିଲ୍ଲା ଯୁବ କୁଲତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଠିକ୍‌ ସେହିପରି କଳାହାଣ୍ଡି ଜିଲ୍ଲା କଚ୍ଚାଡେଙ୍ଗୁ ଗ୍ରାମର ଲିପିକାରାଣୀ ପ୍ରଧାନ (୧୫) ଅସୁସ୍ଥ ଥିବାରୁ ତାଙ୍କ ଶରୀରରେ ରକ୍ତର ପରିମାଣ କମିଯାଇଥିଲା ଓ ସେ କୋଭିଡ୍‌ ପୋଜିଟିଭ୍‌ ମଧ୍ୟ ଥିଲେ । ଠିକ୍‌ ସେହି ସମୟରେ ମୁରିବାହାଲ ଗ୍ରାମର ନବିନ ମହାନନ୍ଦ (୧୪) ସିକିଲିନ ସମସ୍ୟା ହେତୁ ତାଙ୍କ ଶରୀରରେ ରକ୍ତ ଅଭାବ ଦେଖାଦେଇଥିଲା । ଯଦ୍ୱାରା ସେମାନେ ସମସ୍ତେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇବା ମାତ୍ରେ ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଖପ୍ରାଖୋଲର ବିଜୁ ବାରିକ, ପଦମପୁର ଗ୍ରାମର ସୁମନ୍ତ ସାହୁ ଓ ପାଣ୍ଡେଲ ଗ୍ରାମର ବିକାଶ ଭୋଇ ଆସି ରକ୍ତଦାନ କରି ସେମାନଙ୍କର ଜୀବନ ବଞ୍ଚାଇଥିଲେ । ଜିଲ୍ଲା ଯୁବ କୁଲୁତା ସମାଜର ଏଭଳି ମହତ କାର୍ଯ୍ୟକୁ ଓଡିଶା କୁଲୁତା ସମାଜର ପ୍ରଦ୍ୟୁମ୍ନ ସାହୁ, ସୁବର୍ଣ୍ଣପୁର ଜିଲ୍ଲା ସଂପାଦକ କ୍ଷେତ୍ରବାସୀ ପ୍ରଧାନ ଓ ପ୍ରହଲ୍ଲାଦ ଭୋଇ ଭୁୟସୀ ପ୍ରଶଂସା କରିଥିଲେ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ । ରକ୍ତଦାନ ସମୟରେ ସୁଧିର ପ୍ରଧାନ, ଦିନେଶ ଭୋଇ ଓ ମକରନ୍ଦ ସାହୁ ମଧ୍ୟ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

twelve − 4 =