pakka

ଲୋଇସିଂହା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ କଡା ମୁକାବିଲା : ଚର୍ଚ୍ଚାରେ ହୀରାପୁର ଗ୍ରାମ ପଞ୍ଚାୟତ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ପଦବୀ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ତେଣୁ ଏଥିପାଇଁ ଆଶାୟୀ ଥିବା ପ୍ରାର୍ଥୀ ବିଭିନ୍ନ ପଞ୍ଚାୟତରୁ ନିର୍ବାଚନ ଲଢ଼ିବା ସହିତ ଜିତିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଜାରି ରଖିଛନ୍ତି । ବ୍ଲକର ହୀରାପୁର, ସରଗାଡ଼, ବୁର୍ଡା, କୁଶମେଲ, ବାଦୀବାହାଲ ଓ ମାଗୁରବେଡା ପଞ୍ଚାୟତର ସମିତି ସଭ୍ୟ ପଦବୀ ଅଣ ସଂରକ୍ଷିତ ଥିବାରୁ ଏହି ପଞ୍ଚାୟତ ଗୁଡିକରୁ ନିର୍ବାଚିତ ସମିତି ସଭ୍ୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାର ସମ୍ଭାବନା ରହିଛି । ଆଉ ଅଧ୍ୟକ୍ଷ ପଦବୀ ଦୌଡ଼ରେ ଅଛନ୍ତି ବ୍ଲକ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଜିଲ୍ଲା ଯୁବ ବିଜେଡି ଉପସଭାପତି ନିତେଶ ଅଗ୍ରୱାଲ, ଲୋଇସିଂହା ସରପଞ୍ଚ ସୁନୀଲ ଅଗ୍ରୱାଲ, ବିଜେଡି ଯୁବନେତା ଅନନ୍ତ ସାହୁ ପ୍ରମୁଖ । ସୁନୀଲ ଅଗ୍ରୱାଲ ବୁର୍ଡା ଏବଂ ଅନନ୍ତ ସାହୁ ସରଗାଡ଼ ପଞ୍ଚାୟତରୁ ନିର୍ବାଚନ ଲଢ଼ୁଥିବା ବେଳେ ଉଭୟ ବିକାଶର ନାରା ଦେଇ ଭୋଟରଙ୍କୁ ଆକୃଷ୍ଟ କରିବା ସହିତ ନିର୍ବାଚନୀ ବୈତରଣୀ ପାର ହେବାକୁ ଆଶା ରଖିଛନ୍ତି । ଅପରପକ୍ଷରେ ଉଭୟ ନିତେଶ ଅଗ୍ରୱାଲ ଓ ଯତୀନ୍ଦ୍ର ପଟେଲ ହୀରାପୁର ପଞ୍ଚାୟତରୁ ଏକ ସଙ୍ଗେ ନିର୍ବାଚନ ଲଢ଼ୁଛନ୍ତି । ତେବେ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଦୁଇ ଜଣ ପ୍ରାର୍ଥୀ ହୀରାପୁର ପଞ୍ଚାୟତରୁ ନିର୍ବାଚନ ଲଢ଼ୁଥିବାରୁ ଏଠାରେ ଜୋରଦାର ମୁକାବିଲା ହେଉଥିବା ଦେଖିବାକୁ ମିଳିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ପଂଚାୟତରେ ମନରେଗା, ଆବାସ ଯୋଜନା ସମେତ ବହୁବିଧ ଦୁର୍ନୀତି ହୋଇଥିବାରୁ ଏଥର ନିର୍ବାଚନରେ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ପଞ୍ଚାୟତ ଗଠନ ମୁଖ୍ୟ ପ୍ରସଙ୍ଗ ହୋଇଛି । ଜଣେ ନିର୍ମଳ ଭାବମୂର୍ତି ତଥା ନିରପେକ୍ଷ ବ୍ୟକ୍ତିଙ୍କୁ ଏଠାରୁ ଲୋକ ପ୍ରତିନିଧି ଭାବେ ବାଛିବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ବିଜେଡି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ଏକ ଦୁର୍ନୀତିମୁକ୍ତ ଶାସନର ପ୍ରତିଶ୍ରୁତି ଦେଇ ଜିଲ୍ଲା ଯୁବ ବିଜେଡି ଉପସଭାପତି ଶ୍ରୀ ଅଗ୍ରୱାଲ ଭୋଟରଙ୍କ ପାଖକୁ ଯାଉଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପଟେଲ ମଧ୍ୟ ଭୋଟ ହାତେଇବା ପାଇଁ ବିଭିନ୍ନ ରଣନୀତି ଅବଲମ୍ବନ କରୁଥିବା ଜଣାଯାଇଛି । ତେବେ ଭୋଟ ଗଣତି ପରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ପଦବୀ ଦୌଡ଼ରେ ତିନି ଜଣ ହିଁ ରହିବା ଥୟ ।

jay balangir
Leave A Reply

Your email address will not be published.

six − six =

error: Content is protected !!